ନୂଆଦିଲ୍ଲୀ : ଅକ୍ଷୟ ତୃତୀୟା ହେଉଛି ବର୍ଷର ୪ ଟି ଶୁଭ ମୂହୁର୍ତ୍ତ ମଧ୍ୟରୁ ଅନ୍ୟତମ । ଏହି ଦିନ ଯେ କୈାଣସି ବି ମାଙ୍ଗଳିକ କାର୍ଯ୍ୟ ହୋଇଥାଏ । ଯେପରିକି ବିବାହ, ଗୃହ ପ୍ରବେଶ ଇତ୍ୟାଦି । ହିନ୍ଦୁ ପାଞ୍ଜି ଅନୁସାରେ ଆସନ୍ତାକାଲି ଅର୍ଥାତ ମେ ୩ ତାରିଖରେ ହେଉଛି ଅକ୍ଷୟ ତୃତୀୟା । ତେବେ ଏହି ଦିନରେ ସୁନା ରୁପା ଏବଂ ଗହଣା କିଣିବା ଅନେକ ଲାଭ ଦାୟକ ହୋଇଥାଏ । ଏହି ଦିନ ସୂର୍ଯ୍ୟ ମେଷ ରାଶି, ଚନ୍ଦ୍ର କର୍କଟ ରାଶି, ଶୁକ୍ର ଏବଂ ଗୁରୁ ମୀନ ରାଶି, ଏବଂ ଶନି କୁମ୍ଭ ରାଶିରେ ଅବସ୍ଥାନ କରିବେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଗାମୀ ୧୦୦ ବର୍ଷ ଯାଏଁ ଏଭଳି ଦୁର୍ଲଭ ସଂଯୋଗ ନାହିଁ । ତେବେ ଦୁର୍ଲଭ ସଂଯୋଗର ପ୍ରଭାବ ବହୁତ ଶୁଭ ଦାୟକ ।ଏହି ଦିନ ସୁନା ରୁପା କିଣିବା ଦ୍ୱାରା ସୁଖ ସମୃଦ୍ଧି ବଢିଥାଏ । ଯଦି ଆପଣ ସୁନା ରୁପା ପରି ମହଙ୍ଗା ଜିନିଷ କିଣି ପାରୁ ନାହାନ୍ତି ତେବେ ଧାତୁରେ ତିଆରି ଯେ କୈାଣସି ଜିନିଷ କିଣି ପାରିବେ । ଅକ୍ଷୟ ତୃତୀୟାକୁ ଜୟା ତିଥି ମଧ୍ୟ କୁହାଯାଇଥାଏ ।ଚଳିତ ଥର ଅକ୍ଷୟ ତୃତୀୟା ମଙ୍ଗଳବାର ରେ ପଡୁଛି । ଭୁମି ପୁତ୍ର ମଙ୍ଗଳ ଗ୍ରହ କୁ ସମ୍ପତ୍ତି ଙ୍କ ସ୍ୱାମୀ ମଧ୍ୟ କୁହାଯାଏ । ସୁନା ରୁପା ଧନ ସମ୍ପତ୍ତି ଅପେକ୍ଷା ବସ୍ତ୍ର , ବାସନକୁସନ ଏବଂ ଆସବାବପତ୍ର ମଧ୍ୟ ଆପଣ କିଣି ପାରିବେ ।ନୂଆ ବାଣିଜ୍ୟ ବ୍ୟାପାର ଆରମ୍ଭ କରିବା ପାଇଁ ମଧ୍ୟ ଏହି ଦିନ ଶୁଭ ଅଟେ ।