ବମ୍ବେ: ବିବାହ ବିଚ୍ଛେଦ ପରେ ସବୁବେଳେ ସ୍ୱାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ଦେଇଥାଏ ନଚେତ୍ ତା’ ଦାୟିତ୍ୱ ନେଇଥାଏ । କିନ୍ତୁ ଆଇନ୍ରେ ସ୍ୱାମୀଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି । ଭାରତୀୟ ଅଦାଲତ ଏବେ ଲୋକଙ୍କ ଅବସ୍ଥାକୁ ଦେଖି ମହିଳାଙ୍କ ହିତ ପାଇଁ ତିଆରି ହୋଇଥିବା ଆଇନ୍ ଉପରେ ଭିନ୍ନ ଢଙ୍ଗରେ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି । ନିକଟରେ ଏକ କୋର୍ଟ ମହିଳାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ପୂର୍ବ ସ୍ୱାମୀଙ୍କୁ ମାସକୁ ୩ ହଜାର ଟଙ୍କା ଭତ୍ତା ଭରଣ ପୋଷଣ ପାଇଁ ଦେବେ ।
ପତ୍ନୀ, ନାବାଳକ ପିଲା କିମ୍ବା ବୁଢ଼ା ବାପା ମା’, ଯାହାର କେହି ଭରଣ ପୋଷଣ ପାଇଁ ନ ଥାନ୍ତି ଓ ଯାହାକୁ ତାଙ୍କ ସ୍ୱାମୀ କିମ୍ବା ବାପା ଛାଡ଼ି ଦେଇଥାନ୍ତି ସେମାନଙ୍କୁ ଆଇପିସି ଧାରା ୧୨୫ରେ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭରଣ ପୋଷଣ ପାଇବା ଅଧିକାର ରହିଛି । ନିକଟରେ ଏକ ମାମଲାର ଶୁଣାଣି କରିବା ଅବସରରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ସ୍ୱାମୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛାଡ଼ପତ୍ର ପରେ ମହିଳାଙ୍କ ସ୍ୱାମୀ ଏକ ପିଟିସନ୍ ଦାଖଲ କରି କହିଥିଲେ ଯେ ତାଙ୍କ ଆର୍ôଥକ ସ୍ଥିତି ଭଲ ନାହିଁ ଓ ସ୍ତ୍ରୀଙ୍କର ଚାକିରି ଅଛି ।
ଏଣୁ ସେ ସ୍ତ୍ରୀଙ୍କ ଠାରୁ ମାସିକ ୧୫,୦୦୦ ଟଙ୍କା ଭରଣ ପୋଷଣ ଭତ୍ତା ପାଇଁ ଦାବି କରିଥିଲେ । ଏହି ପିଟିସନ୍ରେ ସେ କହିଥିଲେ ଯେ ସ୍ତ୍ରୀଙ୍କୁ ପଢ଼ାଇବାରେ ତାଙ୍କର ବି ଯୋଗ ଦାନ ରହିଛି । ଏଣୁ ସେ ଭରଣ ପୋଷଣ ଭତ୍ତା ପାଇବାକୁ ହକ୍ଦାର । କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ ହିନ୍ଦୁ ମ୍ୟାରେଜ୍ ଆକ୍ଟର ଧାରା ୨୪ ଓ ୨୫କୁ ଏକାଠି ପଢ଼ିବାରୁ ଜଣାପଡ଼ିଛି ଯେ ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ କୌଣସି ଜଣଙ୍କର ଆର୍ôଥକ ସ୍ଥିତି ଠିକ୍ ନାହିଁ ଓ ଅନ୍ୟ ଜଣଙ୍କର ଆର୍ôଥକ ଅବସ୍ଥା ଭଲ ଅଛି । ତେବେ ପ୍ରଥମ ପକ୍ଷ ଭରଣ ପୋଷଣ ଦାବି କରିପାରିବ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆଗକୁ ଏଭଳି ଶୁଣାଣି ଅଧିକ ହୁଏ, ତେବେ ପଇସା ପାଇଁ ଛାଡ଼ପତ୍ର ଦେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବ ।