17.1 C
Bhubaneswar
Tuesday, January 14, 2025
Homeଦେଶ ବିଦେଶଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌, ୩୦ ମୃତ

ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌, ୩୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଏହି ଏୟାରଷ୍ଟ୍ରାଇକରେ ୩୦ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି । ଆଫଗାନିସ୍ତାନର ଖୋସ୍ତରେ ପାକିସ୍ତାନ ସେନା ଆକ୍ରମଣ କରିଥିବା କୁହାଯାଇଛି । ଅତିକମରେ ୨୬ ପାକିସ୍ତାନୀ ବିମାନ ଖୋସ୍ତ ପ୍ରଦେଶରେ ଥିବା ସ୍ପୁରା ଜିଲ୍ଲାର ମିରପର, ମାନ୍ଦେହ ଏବଂ କାଇ ଗାଁକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

ଉତ୍ତର ୱାଜିରିସ୍ତାନ ଉପରେ ପାକିସ୍ତାନ କରିଥିବା ଏୟାର ଷ୍ଟ୍ରାଇକରେ ଅନେକ ସରକାର ବିରୋଧୀ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି । ତେବେ ପାକିସ୍ତାନ ସରକାର ଏବଂ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।
ଅନ୍ୟପକ୍ଷରେ, ଶୁକ୍ରବାର ପ୍ରାୟ ୯ଟା ସମୟରେ ଗୋରବଜ୍ ଜିଲ୍ଲାର ମାଷ୍ଟରବେଲ ଅଞ୍ଚଳରେ ପାକିସ୍ତାନୀ ସୈନ୍ୟମାନେ ତାଲିବାନ ସୈନ୍ୟ ସହ ମୁହାଁମୁହିଁ ହୋଇଥିଲେ ବୋଲି ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ତାଲିବାନ ସହ ପାକିସ୍ତାନ ସେନା ମୁହାଁମୁହିଁ ହୋଇଛନ୍ତି ।

ଗତବର୍ଷ ଡିସେମ୍ବରରେ ଡୁରାଣ୍ଡ ଲାଇନରେ ପାକିସ୍ତାନୀ ସେନା ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ବାଜୋର ଅଞ୍ଚଳର ଗଞ୍ଜଗାଲ, ସାର୍କାନୋ ଏବଂ କୁନୋର ଗ୍ରାମରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ ହୋଇଥିଲା । ଜଣେ ତାଲିବାନ ସ୍ନାଇପର ସୀମାରେ ନିୟୋଜିତ ଦୁଇ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପାକିସ୍ତାନୀ ସୈନିକମାନେ ସୀମାରେ ଥିବା ତାଲିବାନର କିଛି ଗ୍ରାମ ଉପରେ ଗୁଳି ଚଳାଇଥିଲେ । ଏହାର ଜବାବରେ ତାଲିବାନ ପକ୍ଷରୁ ମଧ୍ୟ ଆଖିବୁଜା ଗୁଳିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking