ମାଲକାନଗିରି: ମାଲାକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ଆଜି ପୁଣି ଆଉ ୮୫୦ ଗ୍ରାମ୍ ସୁନା ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବ୍ୟାଙ୍କ ଲକର୍ରୁ ଉପରୋକ୍ତ ପରିମାଣର ସୁନା ଜବତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ କେଜିରୁ ଊର୍ଦ୍ଧ୍ୱ ସୁନା ଜବତ ହୋଇଥିବା ଭିଜିଲାନ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଚଢ଼ଉ ଏବେ ସୁଦ୍ଧା ଜାରି ରହିଥିବା ବେଳେ ମଙ୍ଗଳବାର ଆଶିଷ ଦାସଙ୍କ ଗୁଣପୁର ସ୍ଥିତ ବ୍ୟାଙ୍କ ଲକର୍ ଖୋଲାଯିବାକୁ କୁହାଯାଇଛି । ସୂଚନା ଯୋଗ୍ୟ ଆୟ ବହିଃର୍ଭୁତ ସମ୍ପତ୍ତି ଠୁ, ଅଭିଯୋଗରେ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ଚଢ଼ଉ କରାଯାଇଥିଲା । ଗତକାଲି ନଗଦ ୧.୩୬ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ମୋଟ୍ ସମ୍ପତ୍ତି ଆକଳନ ପାଇଁ ଏବେ ବି ଚଢ଼ଉ ଜାରି ରହିଛି ।