24.5 C
Bhubaneswar
Thursday, January 16, 2025
Homeଦଶମ ପରୀକ୍ଷା-୨୦୨୨୩ ପଦ୍ଧତିରେ ମାଟ୍ରିକ୍ ଫଳ ମୂଲ୍ୟାୟନ ନିଷ୍ପତ୍ତି

୩ ପଦ୍ଧତିରେ ମାଟ୍ରିକ୍ ଫଳ ମୂଲ୍ୟାୟନ ନିଷ୍ପତ୍ତି

ଭୁବନେଶ୍ୱର: ଏପ୍ରିଲ୍ ୨୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଚଳିତ ଥରର ମୂଲ୍ୟାୟନ ପଦ୍ଧତିରେ ବି ପରିବର୍ତ୍ତନ କରାଯାଇଛି । ତିନୋଟି ପଦ୍ଧତି ଅନୁକରଣ ଜରିଆରେ ମୂଲ୍ୟାୟନ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମ ପଦ୍ଧତି ଅନୁସାରେ ଗତବର୍ଷର ସମେଟିଭ୍ ଆସେସ୍‌ମେଣ୍ଟ ଓ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟ୍‌ର ଦୁଇଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ । ଦ୍ୱିତୀୟ ପଦ୍ଧତି ଅନୁସାରେ ସମେଟିଭ୍‌-୨ର ମାର୍କକୁ ୨ ଗୁଣ କରି ହିସାବକୁ ନିଆଯିବ । ସେହିପରି ତୃତୀୟ ପଦ୍ଧତି ଅନୁସାରେ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟ୍‌ର ୨୦ ପ୍ରତିଶତ, ସମେଟିଭ୍‌-୧ରୁ ୩୦ ପ୍ରତିଶତ, ସମେଟିଭ୍‌-୨ରୁ ୫୦ ପ୍ରତିଶତ ଆଧାରରେ ମୂଲ୍ୟାୟନ କରାଯିବ । ତେବେ ଚଳିତବର୍ଷରେ ସମେଟିଭ୍ ଆସେସ୍‌ମେଣ୍ଟ-୨ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷାଧିକାରୀ ଏବଂ ଅଭିଭାବକ ସଂଘ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଅପରପକ୍ଷେ ଗତବର୍ଷକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ୨୦୨୧ ଶିକ୍ଷା ବର୍ଷରେ ୪ଟି କେବଳ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ଅର୍ଥାତ୍ ଆଭ୍ୟନ୍ତରୀଣ ପରୀକ୍ଷା ୧, ୨, ୩, ୪ ଆଧାରରେ ପରୀକ୍ଷା ହୋଇଥିଲା । ଜୁଲାଇରୁ ଏପ୍ରିଲ୍ ମଧ୍ୟରେ ଆଭ୍ୟନ୍ତରୀଣ ପରୀକ୍ଷା ୧ ଓ ୨ ଅନୁଷ୍ଠିତ ହୋଇଥିବା ବେଳେ ଜୁଲାଇରୁ ନଭେମ୍ବର ମଧ୍ୟରେ ଆଭ୍ୟନ୍ତରୀଣ ପରୀକ୍ଷା ୩ ଓ ୪ ଅନୁଷ୍ଠିତ ହୋଇଥିଲା । ଆଭ୍ୟନ୍ତରୀଣ ୧ଓ୨ର ମାର୍କ ଏବଂ ଆଭ୍ୟନ୍ତରୀଣ ୩ ଓ ୪ର ମାର୍କକୁ ଭିତ୍ତି କରି ଫାଇନାଲ୍ ମାର୍କ ହିସାବକୁ ନିଆଯାଉଥିଲା । ଚଳିତ ବର୍ଷ କିନ୍ତୁ ଅଫ୍‌ଲାଇନ୍ ପରୀକ୍ଷାକୁ ପ୍ରାଧାନ୍ୟ ଦେଇ କେବଳ ତିନୋଟି ପଦ୍ଧତି ଅନୁସରଣ କରାଯାଇଥିବା ବେଳେ କେବଳ ଆସେସ୍‌ମେଣ୍ଟ୍ ୨କୁ ବାଧ୍ୟତାମୂଳକ କରାଯାଇଛି ।
ଏ ସମ୍ପର୍କରେ କିଛି ଅଭିଭାବକଙ୍କ ପ୍ରତିକ୍ରିୟା ନେବାରୁ ସେମାନେ କହିଛନ୍ତି ଯେ, ପଦ୍ଧତି କିପରି ବି ହେଉ ପିଲାମାନେ ଚାପର ବଶବର୍ତ୍ତି ନହୋଇ ପରୀକ୍ଷା ଦିଅନ୍ତୁ । କାରଣ ଚାପରେ ଥାଇ ପିଲାଏ ପରୀକ୍ଷା ଦେଲେ ସେମାନେ ପାଠପଢ଼ାକୁ ଗୁରୁତ୍ୱ ଦେଇପାରିବେ ନାହିଁ । ଏହିଭଳି ଭାବେ ଅଭିଭାବକ ସଂଘ ଏବଂ ବରିଷ୍ଠ ଶିକ୍ଷକଙ୍କ ସହ ଆଲୋଚନା ପରେ ଏହିସବୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking