26.7 C
Bhubaneswar
Friday, April 19, 2024
Homeଦଶମ ପରୀକ୍ଷା-୨୦୨୨ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର: ପିଲାଏ ପଢ଼ୁଛନ୍ତି ୩ରୁ ୪ଘଣ୍ଟା

ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର: ପିଲାଏ ପଢ଼ୁଛନ୍ତି ୩ରୁ ୪ଘଣ୍ଟା

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ଏବଂ ଘୋଷଣା ଅନୁସାରେ ଆସନ୍ତା ଏପ୍ରିଲ୍ ୨୯ରୁ ମେ ୬ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ହେବ । ଗତ ଦୁଇବର୍ଷ ହେଲାଣି କୋଭିଡ୍ କଟକଣା ଯୋଗୁ ସ୍କୁଲ୍ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପ୍ରକାର ବିଭ୍ରାଟ ସୃଷ୍ଟି ହୋଇଛି ତାହାକୁ ହୃଦହଙ୍ଗମ କରି ରାଜ୍ୟ ସରକାର ଏଥରର ଦଶମ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହ ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପରୀକ୍ଷା ଅଫ୍‌ଲାଇନ୍ ଘୋଷଣା ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ତତ୍ପରତା ଦେଖା ଦେଇଛି । ଟିଭି ମୋବାଇଲ୍ ଛାଡ଼ି ଏବେ ପିଲାମାନେ ପାଠପଢ଼ାରେ ମନ ନିବେଶ କରୁଥିବା ଦେଖିବାକୁ ମିଳିଛି । ହାତରେ ଆଉ ମାତ୍ର ୨୮ଟି ଦିନ ରହିଥିବାରୁ ବର୍ଷର ଯାକର ପାଠପଢ଼ା ଏତିକି ଦିନରେ କେମିତି ସାରିବେ ସେଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ଛାତ୍ରଛାତ୍ରୀ । କଟକଣା ସମୟରେ ୟୁଟ୍ୟୁବ୍ ମାଧ୍ୟମରେ ହେଉ କିମ୍ବା ଅନ୍ୟାନ୍ୟ ମିଡିଆ ପ୍ଲାଟ୍ ଫର୍ମରେ ପିଲାମାନେ ଯେଉଁ ପାଠ ପଢ଼ୁଥିଲେ ଏବେ ତାହାକୁ ବିରତି ଦେଇଛନ୍ତି । ଏବେ ପରୀକ୍ଷା ନିକଟତର ହେଉଥିବାରୁ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଉପଦେଶ ପ୍ରଦାନ କରୁଛନ୍ତି । ସ୍ଥିର ଚିତ୍ତରେ ପିଲାମାନେ କିଭଳି ପରୀକ୍ଷା ଦେବେ ସେ ନେଇ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ଆଖପାଖରେ ସମୟ ବିତାଉଛନ୍ତି । ଅପରପକ୍ଷେ ବରିଷ୍ଠ ଶିକ୍ଷକମାନେ ମଧ୍ୟ ପରୀକ୍ଷା ପ୍ରସ୍ତୁତି ନେଇ ପିଲାଙ୍କୁ ନାନା ବାର୍ତ୍ତା ଦେଉଛନ୍ତି । ତେବେ ସେ ଯାହା ହେଉନା କାହିଁକି ଦୀର୍ଘ ଦିନ ପରେ ଏବେ ପିଲାମାନେ ସେମାନଙ୍କ ଶୈକ୍ଷିକ ବାତାବରଣକୁ ଫେରିଥିବା ବେଳେ ଏବେ ଘରେ ଘରେ ସ୍କୁଲ୍ ପିଲାଏ କେବଳ ପାଠପଢ଼ାରେ ଦିନକୁ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ଲେଖାଏଁ ସମୟ ବିତାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking