24.5 C
Bhubaneswar
Thursday, January 16, 2025
Homeଦଶମ ପରୀକ୍ଷା-୨୦୨୨ସିବିଏସ୍‌ଇ ଦଶମ ବୋର୍ଡ ଟର୍ମ-୧ ପରୀକ୍ଷାରେ ବିଭ୍ରାଟ: ଓଡ଼ିଆ ବିଷୟରେ ପ୍ରଶ୍ନପତ୍ର ସହ ଉତ୍ତର ଖାତା...

ସିବିଏସ୍‌ଇ ଦଶମ ବୋର୍ଡ ଟର୍ମ-୧ ପରୀକ୍ଷାରେ ବିଭ୍ରାଟ: ଓଡ଼ିଆ ବିଷୟରେ ପ୍ରଶ୍ନପତ୍ର ସହ ଉତ୍ତର ଖାତା ମେଳ ଖାଉନଥିବା ଅଭିଯୋଗ

ଭୁବନେଶ୍ୱର: ସିବିଏସ୍‌ଇ ଦଶମ ବୋର୍ଡର ଟର୍ମ-୧ ପରୀକ୍ଷାରେ ମାତୃଭାଷା (ଓଡ଼ିଆ) ବିଷୟରେ ହୋଇଥିବା ପରୀକ୍ଷାରେ ନାନା ତ୍ରୁଟି ପରିଲକ୍ଷିତ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଏମ୍‌ଆର୍ ସିଟ୍‌ରେରେ ଲିଖିତ ପ୍ରଶ୍ନ ସହ ଆନ୍ସର୍ ସିଟ୍‌ରେ ଥିବା ଉତ୍ତର ମେଳ ଖାଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିବା ପରେ ସିବିଏସ୍‌ଇ ପକ୍ଷରୁ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯଦି ପିଲାଙ୍କ ଅଭିଯୋଗ ସତ୍ୟ ହୁଏ ତେବେ ଭୁଲ୍ ଥିବା ପ୍ରଶ୍ନର ସମ୍ପୂର୍ଣ୍ଣ ମାର୍କର ଫାଇଦା ଟର୍ମ-୧ରେ ପରୀକ୍ଷା ଦେଇଥିବା ରାଜ୍ୟର ପାଖାପାଖି ୨୮୩୧୦ ପିଲାଙ୍କୁ ମିଳିବ ।
ସିବିଏସ୍‌ଇ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଓଏମ୍‌ଆର୍ ଏବଂ ଉତ୍ତର ଖାତାରେ ଦେଖାଦେଇଥିବା ମତଭେଦ ସମ୍ପର୍କରେ ଗଠନ କରାଯାଇଥିବା କମିଟିକୁ ଅବଗତ କରାଯାଇଛି ଏବଂ ଏ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିଭିନ୍ନ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ତେବେ ଗତ ସୋମବାର ଏ ସମ୍ବନ୍ଧରେ ଗଠନ କରାଯାଇଥିବା କମିଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅବଗତ କରାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତଦନ୍ତ କରି ଏହାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଅଭିଯୋଗର ତଦନ୍ତ କରାଯାଇ ଏହାର ସମାଧାନ କରି ଦିଆଯାଇଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସିବିଏସ୍‌ଇ କାର୍ଯ୍ୟାଳୟର ତୁରନ୍ତ ଏଭଳି ସମସ୍ୟା ସମାଧାନ ପଦକ୍ଷେପକୁ ରାଜ୍ୟ ଅଭିଭାବକ ମହାସଂଘ ସ୍ୱାଗତ କରିଛି ଏବଂ ଧନ୍ୟବାଦ ମଧ୍ୟ ଦିଆଯାଇଛି ବୋଲି ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ।
ଅପରପକ୍ଷେ ଆସନ୍ତା ଏପ୍ରିଲ୍ ୨୬ରେ ଅନୁଷ୍ଠିତ ହେବାକୁ ଯାଉଥିବା ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା (ଟର୍ମ-୨) ପାଇଁ ପିଲାମାନେ ଏବେ ଠୁ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲେଣି । ଛାତ୍ରଛାତ୍ରୀମାନେ ଏବେ ରିଭାଇଜ୍‌କୁ ଗୁରୁତ୍ୱ ଦେଉଥିବା ବେଳେ ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକମାନେ ପିଲାଙ୍କୁ ନୂଆ ନୂଆ ଟିପ୍ପଣୀ ଆଦି ପ୍ରଦାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking