20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଭାରତ ଅର୍ଥନୀତି ସୃଷ୍ଟି କରିବ ନୂଆ ରେକର୍ଡ: ସେବର ରିପୋର୍ଟ

ଭାରତ ଅର୍ଥନୀତି ସୃଷ୍ଟି କରିବ ନୂଆ ରେକର୍ଡ: ସେବର ରିପୋର୍ଟ

ନୂଆଦିଲ୍ଲୀ : କରୋନା ପାଇଁ ବିଶ୍ୱ ଅର୍ଥନୀତି କ୍ଷତିଗ୍ରସ୍ତ । ଏମଧ୍ୟରେ ଦେଶର ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା ରହିଛି । ଏହାମଧ୍ୟରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ଭାରତର ଅର୍ଥନୀତି ବୃଦ୍ଧିକୁ ନେଇ ଆଶା ଦେଖାଦେଇଛି । ବର୍ତ୍ତମାନ ଭାରତର ଅର୍ଥନୀତି ବିଶ୍ୱର ୫ମ ସ୍ଥାନରେ ରହିଛି । ଆଉ ଆସନ୍ତା ବର୍ଷ ଭାରତର ଅର୍ଥନୀତି ଫ୍ରାନ୍ସକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଡ଼ଲାର ମୂଲ୍ୟ ହିସାବରେ ଭାରତ ୨୦୩୧ ରେ ବ୍ରିଟେନକୁ ଅତିକ୍ରମ କରିବ । ଏବଂ ଆସନ୍ତାବର୍ଷ ଫ୍ରାନ୍ସକୁ ଅତିକ୍ରମ କରିସାରିବା ପରେ ଭାରତ ବିଶ୍ୱର ୬ଷ୍ଠ ଅର୍ଥନୈତିକ ମହାଶକ୍ତି ରୂପେ ଉଭା ହେବ । ବ୍ରିଟେନର କନସଲଟାନ୍ସି ସେବର ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ, ୨୦୩୧ରେ ଭାରତ ବ୍ରିଟେନକୁ ଅତିକ୍ରମ କରିସାରିବା ପରେ ବିଶ୍ୱର ତୃତୀୟ ମହାଶକ୍ତି ଭାବେ ଉଭା ହେବ ।

ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ବିଶ୍ୱ ଅର୍ଥନୀତି ୧୦୦ ଲକ୍ଷ କୋଟି ଡ଼ଲାରରୁ ଅଧିକ ବଡ଼ ହୋଇଯିବ । ଦେଖିବାକୁ ଗଲେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ଅର୍ଥନୀତି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି, ଚୀନ ଏହାକୁ ପଛରେ ପକାଇବା ପାଇଁ ବହୁ ବର୍ଷ ଲାଗିଯିବ । ଏପଟେ ରିପୋର୍ଟରେ ଆକଳନ କରାଯାଇଛି ଯେ, ୨୦୩୦ରେ ଚୀନ ବିଶ୍ୱର ଏକ ନମ୍ବର ଧନୀ ରାଷ୍ଟ୍ର ରୂପେ ଉଭା ହେବ । ପୂର୍ବରୁ ସଂସ୍ଥାର ବିଶ୍ୱ ଅର୍ଥନୈ÷ତିକ ଲିଗ ଟେବୁଲ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ୨୦୨୮ରେ ଚୀନ ବିଶ୍ୱର ପ୍ରଥମ ଧନୀ ରାଷ୍ଟ୍ର ହେବ । କିନ୍ତୁ ସେବରର ଏହି ରିପୋର୍ଟରେ ଜଣାଇଛି ଯେ ଚୀନକୁ ଏଥିପାଇଁ ଆହୁରି ୨ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଜର୍ମାନୀର ଅର୍ଥନୀତି ଆଶାନୁସାରେ ବଢ଼ି ଚାଲିଛି । ଯଦି ଏହି ହାରରେ ଅଭିବୃଦ୍ଧି ଜାରି ରହିବ ତେବେ ୨୦୨୩ ସୁଦ୍ଧା ତାହା ଜାପାନର ଅର୍ଥନୀତିକୁ ଟପିଯିବ । ୨୦୩୬ ସୁଦ୍ଧା ଦଶମ ସ୍ଥାନରେ ରହିବ ଋଷିଆ । ୨୦୩୪ ସୁଦ୍ଧା ଇଣ୍ଡୋନେସିଆ ନବମ ସ୍ଥାନରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ସେବର ଉପାଧ୍ୟକ୍ଷ ଡ଼ଗଲାସ ମ୍ୟାକୱିଲିୟମ କହିଛନ୍ତି ଯେ, ୨୦୨୦ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଦରଦାମ ମୁକାବିଲା । ସେଥିପାଇଁ ଆମେରିକାରେ ମୁଦ୍ରାସ୍ଫୀତି ହାର ୬.୮%ରେ ପହଁଞ୍ଚିଛି । ତାହା ନିୟନ୍ତ୍ରଣକୁ ନ ଆସିଲେ ୨୦୨୩ କିମ୍ବା ୨୦୨୪ ରେ ମନ୍ଦାବସ୍ଥା ଦେଖାଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking