27.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଦେଶରେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା

ଦେଶରେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା

ନୂଆଦିଲ୍ଲୀ : ଦେଶରେ ସଫଳ ରୁପାୟନ ହୋଇଛି କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ (ବିବିବିପି) । ଫଳରେ ଦେଶରେ ଏବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ୧୦୦୦ ପୁରୁଷରେ ଏବେ ମହିଳାଙ୍କ ସଂଖ୍ୟା ୧୦୨୦ ରହିଛି । ଏନଏଚଏଫଏସ (ନାସନାଲ ଫେମିଲି ହେଲ୍ଥ ସର୍ଭେ) ବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି ।

ଏନଏଚଏଫଏସ (୨୦୧୯-୨୧) ର ପଞ୍ଚମ ରାଉଣ୍ଡର ତଥ୍ୟ ଅନୁଯାୟୀ ଦେଶର ଜନସଂଖ୍ୟାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ଏନେଇ ଲୋକସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ।

‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଯୋଗୁଁ ଦେଶରେ ମହିଳାଙ୍କ ସଖ୍ୟାରେ ବୃଦ୍ଧି ହୋଇଛି । ଏଥିପାଇଁ ଗଣମାଧ୍ୟମରେ ଦେଶବ୍ୟାପୀ ପ୍ରଚାର ପ୍ରସାର, ଅଭିଯାନ ଏବଂ ଜିଲ୍ଲା ଗୁଡିକରେ ବହୁ ବିଭାଗର ଅବଦାନ ରହିଛି । ଏହି ଅଭିଯାନର ଅଗ୍ରଗତି ପାଇଁ ଏକ ମନିଟରିଂ ପାରାମିଟର ସ୍ଥିର କରାଯାଇଛି । ବେଟି ବାଚଓ ବେଟି ପଢାଓ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କନ୍ୟା ସନ୍ତାନକୁ ଗୁରୁତ୍ବ ପ୍ରଦାନ ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking