41.1 C
Bhubaneswar
Tuesday, April 30, 2024
Homeଓଡିଶାଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନର ସବୁଠାରୁ ବଡ଼ ଆକର୍ଷଣ ବେଳାଭୁମି ମହୋତ୍ସବ ‘ଇକୋ-ରିଟ୍ରିଟ୍’ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ ଇକୋ-ରିଟ୍ରିଟ୍ । ଗତ ୨ ବଷ ମଧ୍ୟରେ ଇକୋ-ରିଟ୍ରିଟର ସଫଳତାକୁ ଦେଖି ଚଳିତ ବର୍ଷ ଏହାକୁ ଅଧିକ ସଂପ୍ରସାରିତ କରିବାକୁ ଯୋଜନା କରାଯାଇଛି । ଗତବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦ ଆଦି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରାଯାଇଥିବା ବେଳେ ଚଳିତବର୍ଷ ଆଉ ୨ଟି ସ୍ଥାନ ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଏବଂ କୋରାପୁଟର ପାହାଡ଼ ପାଦଦେଶରେ ଥିବା ପୁଟସିଲରେ ଏଥର ଇକୋ ରିଟ୍ରିଟ୍ ର ଆୟୋଜନ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି । ଅନ୍ୟପଟେ ଇକୋ-ରିଟ୍ରିଟକୁ ଅଧିକ ଚଳଚଞ୍ଚଳ ଓ ଉପଯୋଗୀ କରିବାକୁ ଇକୋ-ରିଟ୍ରିଟରେ ବିଭିନ୍ନ ସମ୍ମିଳନୀ, କାର୍ଯ୍ୟକ୍ରମ ଆଦି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking