ମୁମ୍ବାଇ: ଚଳନ୍ତା ଟ୍ରେନରେ ନର ରାକ୍ଷସମାନେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ପୀଡିତା ମହିଳା ଜଣକ ଲକ୍ଷ୍ନୌରୁ ମୁମ୍ବାଇକୁ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍ ଟ୍ରେନରେ ଯାଉଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ବାକି ଅଭିଯୁକ୍ତଙ୍କୁ ବର୍ତ୍ତମାନ ପୋଲିସ୍ ଖୋଜୁଛି । କୁହାଯାଇଛି ଯେ, ପ୍ରଥମେ ମହିଳାଙ୍କୁ ଲୁଟ୍ କରିବାକୁ ଚେଷ୍ଟା କରାଯାଇଥିଲା । ଏହାପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ଇଗତପୁରୀ ଷ୍ଟେସନରେ ପାଖାପାଖି ୮ ଜଣ ଏକ ସ୍ଲିପର୍ କୋଚ୍ ରେ ଯାଉଥିଲେ । ଏମାନେ ପ୍ରଥମେ ୧୫ରୁ ୨୦ ଯାତ୍ରୀଙ୍କ ଠାରୁ ଲୁଟପାଟ କରିଛନ୍ତି । ଏହାପରେ ସେହି ଟ୍ରେନରେ ଯାଉଥିବା ଜଣେ ୨୦ ବର୍ଷର ଯୁବତୀଙ୍କ ସହିତ ଏକାସାଙ୍ଗରେ ଗଣଦୁଷ୍କର୍ମ କରିଛନ୍ତି । କଲ୍ୟାଣ ରେଳବାଇ ପୋଲିସ୍ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି ।