29.1 C
Bhubaneswar
Sunday, May 19, 2024
Homeଓଡିଶାବିଦେଶ ମାଟିରେ କମାଲ ଦେଖାଇଲେ ଓଡିଆ ପୁଅ 

ବିଦେଶ ମାଟିରେ କମାଲ ଦେଖାଇଲେ ଓଡିଆ ପୁଅ 

ସୁବର୍ଣ୍ଣପୁର : ଜି-୧ ଓପନ ଇଂଟେରନେସେନାଲ ତାଇକୋଣ୍ଡୋ ଚମ୍ପିଆନସିପରେ ବ୍ରୋଂଜ ପଦକ ହାତେଇଛନ୍ତି ସୁବର୍ଣ୍ଣପୁର ମାଟିର ସୁନାପୁଅ ଏହେସାସ ହୋତା । ୟୁରୋପ ଆଲବାନିଆଁର ତିରାନାରେ ଗତ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜି-୧ ଓପନ ଇଂଟରନେସନାଲ ଚମ୍ପିଆନସିପରେ ଭାରତର ୧୩ ଜଣିଆ ଟିମ ସହ ଯୋଗଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା । ସେଠାରେ ଭାରତୀୟ ଦଳ ଗୋଟିଏ ମାତ୍ର ବ୍ରୋଂଜ ପଦକ ଜିଣିଥିବାବେଳେ ତାହା ଯାଇଥିଲା ଏହେସାସଙ୍କ ଖାତାକୁ ।

ସେ ପ୍ରଥମ ରାଉଣ୍ଡ ଗ୍ରୀସ,ଦ୍ୱତୀୟ ରାଉଣ୍ଡ ସାଇପ୍ରସ ଦେଶର ଖେଳାଳୀଙ୍କୁ ମାତ ଦେଇଥିବାବେଳେ ତୃତୀୟ ରାଉଣ୍ଡରେ ଇଟାଲିର ନିକୋଲାସ ଲେଗେରିସଙ୍କ ଠାରୁ ପରାଜୟ ବରଣ କରିବା ସହ ବ୍ରୋଂଜ ପଦକ ଜିଣିଥିଲେ । ଏହେସାସ ଏକମାତ୍ର ଭାରତୀୟ ହିସାବରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ମେଡାଲ ଜିଣି ସମଗ୍ର ଭାରତ ବର୍ଷ ପାଇଁ ଗୌରବ ଆଣିଛନ୍ତି ।

ଏହା ପୁର୍ବରୁ ଏହେସାସ ୨ଟି ଆନ୍ତର୍ଜାତୀୟ,୨ ଟି ଓପନ ବିଶ୍ୱ ଚମ୍ପିଆନସିପ,୨ଟି ସର୍ବଭାରତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାସହ ଅନେକ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ମେଡାଲ ଜିଣିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମୁଲ୍ୟମଣୀ ରାଣୀପୁର ଗାଁର ଏହେସାସ ଏବେ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଂପାଦକ ଅଛନ୍ତି । ଏହେସାସ ଏବେ ଜନ୍ମମାଟି ବୀରମହାରାଜପୁରକୁ ଫେରିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନସହ ଓଡିଶା ତାଇକଣ୍ଡୋ ସଂଘ ଏବଂ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ପକ୍ଷରୁ ତାଙ୍କୁ ଶୂଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking