14.1 C
Bhubaneswar
Friday, January 10, 2025
Homeଅପରାଧଖାଦ୍ୟ ଖାଇବାକୁ ନେଇ ମା ଝିଅଙ୍କ ଝଗଡା; ରାଗରେ ଝିଅ କଲା ଏମିତି

ଖାଦ୍ୟ ଖାଇବାକୁ ନେଇ ମା ଝିଅଙ୍କ ଝଗଡା; ରାଗରେ ଝିଅ କଲା ଏମିତି

ମୁମ୍ବାଇ : ମୁମ୍ବାଇ ର ଘାଟକୋପର ଅଞ୍ଚଳ ରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳ ରେ ୧୪ ବର୍ଷ ର ଜଣେ ଝିଅ ଖାଦ୍ୟ ନଖାଇବା କୁ ନେଇ ନିଜ ମା ସହିତ ଝଗଡା କରିଥିଲା ଏବଂ ରାଗ ରେ ନିଜ ରୁମ୍ ରେ ଆତ୍ମହତ୍ୟା କରିଥିଲା । ପନ୍ଥନଗର ପୁଲିସ ଷ୍ଟେସନ ର ଏକ ଅଧିକାରୀ ଙ୍କ କହିବା ଅନୁସାରେ ଘଟଣା କାଲି ଦ୍ୱିପ୍ରହରର । ଯେତେବେଳେ ତାଙ୍କୁ ଜଣାପଡିଥିଲା ଯେ ଜଣେ ୧୪ ବର୍ଷ ର ନାବାଳିକା ଆତ୍ମହତ୍ୟା କରିଛି । ପୂରା ଘଟଣା କୁ ଜାଣିବା ପାଇଁ ପୁଲିସ ର ଏକ ଦଳ ପହଁଞ୍ଚି ଥିଲା ଏବଂ ଝିଅ ଟି ନିଜେ ପଙ୍ଖା ରେ ଫାସି ଲଗାଇ ଆତ୍ମହତ୍ୟା କରିଥିବାର ଜଣା ପଡିଥିଲ ।
ପୁଲିସ ଝିଅଟି କୁ ତୁରନ୍ତ ରାଜାବାଡ଼ି ହସ୍ପିଟାଲ୍ ରେ ଭର୍ତି କରିଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ବରିଷ୍ଠ ଅଧିକାରି ଙ୍କ କହିବା ଅନୁସାରେ କାଲି ଦ୍ୱିପ୍ରହରେ ଝିଅ ଏବଂ ତାର ମାଙ୍କ ମଧ୍ୟ ରେ ଖାଦ୍ୟ ଖାଇବା କୁ ନେଇ ଝଗଡା ହୋଇଥିଲା । ଦିନ ୧ଟା ରେ ଝିଅ ଟିର ମା ଝିଅ ଟିକୁ ଖାଇବା ପାଇଁ କହିଥିଲା କିନ୍ତୁ ଝିଅ ଟି ଖାଇବା ଖାଇ ନଥିଲା । ଏହି କଥାକୁ ନେଇ ଦୁହିଁ ଙ୍କ ମଧ୍ୟ ରେ ଝଗଡା ଆରମ୍ଭ ହୋଇଥିଲା ଏବଂ ଯାହା ଫଳରେ ଝିଅ ଟି ରାଗିଯାଇ ନିଜ ରୁମ କୁ ଚାଲି ଯାଇ କବାଟ ବନ୍ଦ କରିଦେଇଥିଲା ।
ସୂଚନା ଯୋଗ୍ୟ ଯେ ,ଘରଲୋକ କବାଟ ଖୋଲିବା କୁ ଅନେକ ଥର କହିବା ସତ୍ୱେ ମଧ୍ୟ ଝିଅଟି କବାଟ ଖୋଲି ନଥିଲା ,ତେଣୁ  କବାଟ ଟି କୁ ଭାଙ୍ଗି ଦେଖିଲାବେଳକୁ ଝିଅଟି ପଙ୍ଗା ରେ ରସି ଲଗେଇ ଆତ୍ମହତ୍ୟା କରିସାରି ଥିଲା । ଏହି ଘଟଣା ରେ ପୁଲିସ ଏଫଆଇଆର ରୁଜୁ କରି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ବୟାନ ରେକର୍ଡ କରିଛି । ଯାହା ଫଳରେ ଝିଅଟି  ଆତ୍ମହତ୍ୟା କରିବା ର ଅସଲି କାରଣ ଯଦି ଆଉ କିଛି ହୋଇଥାଏ  ତାହା ସାମ୍ନାକୁ ଆସିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking