ନୂଆଦିଲ୍ଲୀ : ଆଜିର ସମୟରେ ପିଲାମାନଙ୍କର ମନ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି , ଯାହା ଶୁଣିବା ପରେ କେହି ବିଶ୍ୱାସ କରିପାରିବେ ନାହିଁ । ଆର୍ଜେଣ୍ଟିନାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍କୁଲ ଛାତ୍ରୀ ଲୁସିଆ ଫର୍ଣ୍ଣାଣ୍ଡିଜଙ୍କ ମୃତଦେହ ମିଳିଥିଲା । ଝିଅଟିର ମୁହଁକୁ ପଥରରେ ଛେଚି ଦିଆଯାଇଥିଲା । ତାଙ୍କର ବୟସ ମାତ୍ର 15 ବର୍ଷ ଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଝିଅଟି ଗର୍ଭବତୀ ଥିଲା।
ସୂଚନାନୁସାରେ, 15 ବର୍ଷୀୟ ଲୁସିଆ କ୍ଲାସରେ ପଢ଼ୁଥିବା 14 ବର୍ଷର ବାଳକ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଏହି ଘଟଣାରେ ଲୁସିଆ ଗର୍ଭବତୀ ହୋଇଥିଲେ । ଯେତେବେଳେ ସେ ନିଜ ପ୍ରେମିକକୁ ଗର୍ଭବତୀ ହେବା ବିଷୟରେ କହିଥିଲେ, ସେ ନିକଟରୁ ଏକ ପଥର ଉଠାଇ ଝିଅର ମୁହଁକୁ ଛେଚି ଦେଲା । ଲୁସିଆର ମୁଣ୍ଡକୁ ପଥରରେ ଅନେକ ଥର ଆକ୍ରମଣ କରାଯାଇଥିଲା । ଏହା ବ୍ୟତୀତ ତାଙ୍କ ବେକ ଏବଂ ପେଟରେ ମଧ୍ୟ ଆଘାତ ଲାଗିଥିଲା। ଲୋକେ ଏହା ଦେଖିବା ପରେ ନାବାଳିକାକୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରାଇଥିଲେ ସୁଦ୍ଧା ସେଠାରେ ସେ ମୃତ୍ୟୁବରଣ କରିଥିଲା ।