20.1 C
Bhubaneswar
Thursday, January 16, 2025
Homeକରୋନା ଓଡିଶାଭୁବନେଶ୍ୱରରେ ଦେଖାଯାଉଛି କ୍ଲଷ୍ଟର ସଂକ୍ରମଣ

ଭୁବନେଶ୍ୱରରେ ଦେଖାଯାଉଛି କ୍ଲଷ୍ଟର ସଂକ୍ରମଣ

ଭୁବନେଶ୍ୱର: କରୋନାର ତୃତୀୟ ଲହରର ଆଶଙ୍କାକୁ ନେଇ ଲୋକମାନେ ସଚେତନ ଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣରେ ଲାଘବ ହେଉଥିବା ଦେଖି ସରାକର ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛି ମାତ୍ରାରେ କରୋନା ନିତି ନିୟମରେ କହୋଳ କରିଛନ୍ତି । ସ୍କୁଲ କଲେଜ ଖୋଲିବା ସହ ୫୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲୁଛି । କିଛି ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌କୁ ହଟାଯାଇଥିବାବେଳେ ଏବେ ବି କିଛି ସହରରେ ସପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ରହିଛି ।

କିନ୍ତୁ ଲୋକ ଏବଂ ପ୍ରଶାସନର ଏତେ ସଚେତନ ପରେ ମଧ୍ୟ ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ଦେଖାଯାଉଛି ନୂଆ ଧରଣର କରୋନା ସଂକ୍ରମଣ । ଯାହାକୁ କ୍ଲଷ୍ଟର ସଂକ୍ରମଣ ବୋଲି କୁହାଯାଉଛି । ତେବେ ରାଜଧାନୀ ଯୋଗୁଁ ବାହାର ଅଞ୍ଚଳରୁ ଅଧିକ ଲୋକଙ୍କର ଯିବା ଆସିବା ହେଉଥିବାରୁ ସଂକ୍ରମଣ ବଢ଼ୁଛି ବୋଲି କୁହାଯାଉଛି । ଗୋଟିଏ ଘରେ ଜଣେ ସଂକ୍ରମିତ ହେଲେ ପରିବାରର ସମସ୍ତ ସଦସ୍ୟଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ଦରକାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ତେବେ ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ଆର ଭ୍ୟାଲୁ ୧.୨୪ ଉପରେ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking