ଭୁବନେଶ୍ୱର : ଆଜି ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ । ସକାଳ ସାଢେ ୧୦ଟାରେ ପ୍ରଥମେ ମାଲକାନଗିରି ଏମଭି-୩ ବିଏସଏଫ କ୍ୟାମ୍ପରେ ପହଞ୍ଚି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମାଲକାନଗିରି ଜିଲ୍ଲାର ମାଓ ଇଲାକାରେ ଥିବା ବିଏସଏଫ କ୍ୟାମ୍ପକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପୋଲିସ ଡିଜି କୋରାପୁଟ ଓ କନ୍ଧମାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।