31.1 C
Bhubaneswar
Sunday, May 19, 2024
Homeଓଡିଶାଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ ତଦାରଖ କଲେ ୫- ଟି ସଚିବ ଭି.କେ ପାଣ୍ଡିଆନ୍‌

ଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ ତଦାରଖ କଲେ ୫- ଟି ସଚିବ ଭି.କେ ପାଣ୍ଡିଆନ୍‌

କଟକ : କଟକ ଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ ତଦାରଖ କଲେ ୫- ଟି ସଚିବ । ସ୍ଥିତି ଅନୁଧ୍ୟାନ କରିଛନ୍ତି ୫- ଟି ସଚିବ ଭି କେ ପାଣ୍ଡିଆନ୍‌। ଭୋର ୫ଟାରେ ତାଳଦଣ୍ଡା କେନାଲର ଅତ୍ୟାଧୁନିକରଣ କାର୍ଯ୍ୟର ତଦାରଖ କରିଥିଲେ । ଏସ୍‌ସିବିକୁ ଏମ୍‌ସ ପ୍ଲସ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍‌ସିବି ହେବ ବିଶ୍ୱସ୍ତରୀୟ ହସ୍‌ପିଟାଲ । ଏହାର ସଲଗ୍ନ ରାସ୍ତାକୁ ପ୍ରଶସ୍ତ କରାଯାଇଛି। ୧୦ହଜାରରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ଭି.କେ ପାଣ୍ଡିଆନଙ୍କ ସହ ନଗର ଉନ୍ନୟନ ସଚିବ କିଶନ କୁମାର, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ ଓ ସିଏମ୍‌ସି କମିଶନର ଅନନ୍ୟା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଅଧିକାରୀ ଭିନିଲ କ୍ରିଷ୍ଣା ମଧ୍ୟ ସାମିଲ ଥିଲେ। ଏହାପରେ ଖାନନଗରରେ ଚାଲିଥିବା ବସଷ୍ଟାଣ୍ଡର କାର୍ଯ୍ୟର ମଧ୍ର ସମୀକ୍ଷା କରିଥିଲେ ଫାଇଭ ଟି ସଚିବ । ଉଭୟ କାର୍ଯ୍ୟ ତ୍ୱରାନ୍ଵୀତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଭି କେ ପାଣ୍ଡିଆନ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking