ଭୁବନେଶ୍ୱର : ଆଜି ୧୬୩ଟି ଟିକାକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରାପଡ଼ାରେ ୮୦, ପୁରୀରେ ୬୭ ଓ ରାୟଗଡ଼ାରେ ୧୬ ଟି ସ୍ଥାନରେ ଟିକାକରଣ ହେବ । ରାଜ୍ୟରେ ବର୍ତ୍ତମାନ କୋଭିସିଲ୍ଡ ୯ଲକ୍ଷ ୮୧ହଜାର ୧୯୦ ଓ ୩ଲକ୍ଷ ୯୧ହଜାର ୫୪୦ କୋଭାକ୍ସିନ୍ ଟିକା ରହିଛି । ଆଜି ରାଜ୍ୟରେ ଏକ ଲକ୍ଷ ୮ହଜାର ୧୫୦ଜଣ ଟିକା ନେଇଥିଲା ବେଳେ ମୋଟ ଟିକାକରଣ ସଂଖ୍ୟା ୧କୋଟି ୨୦ଲକ୍ଷ ୬୦ହଜାର ୩୯୧ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ୯୭ହଜାର ୮୮ହଜାର ୧୬୯ଜଣ ପ୍ରଥମ ଜୋଡ୍ ନେଇଥିଲାବେଳେ ୨୨ଲକ୍ଷ ୭୨ହଜାର ୨୨୨ଜଣ ଦ୍ୱିତୀୟ ଟିକା ନେଇଛନ୍ତି ।ଅନ୍ୟପଟରେ ରାଜ୍ୟରେ ବର୍ତ୍ତମାନ ଗର୍ଭବତୀଙ୍କୁ ଟିକା ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ସୋମବାର ଏକ ଭିଡିଓ କନ୍ଫେରେନ୍ସିଂରେ ଗର୍ଭବତୀଙ୍କୁ ଟିକାକରଣ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା ଓ ପ୍ଲାନ୍ ସମ୍ପର୍କରେ ଯୋଜନା ସ୍ଥିର ହେବ । ତା’ ପରେ ଯାଇ ଗର୍ଭବତୀଙ୍କୁ ଟିକାକାରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ପ୍ରଶିକ୍ଷଣ ପରେ ହିଁ ଗର୍ଭବତୀଙ୍କୁ ଟିକାକରଣ ଉପରେ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏପଟେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ କରାଯିବ ନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟର ଗର୍ଭବତୀଙ୍କୁ କରୋନା ଟିକା ଦିଆଯିବ ନାହିଁ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହା ପୂର୍ବରୁ ଗର୍ଭବତୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଥିଲା ।