34.1 C
Bhubaneswar
Friday, March 29, 2024
Homeଓଡିଶା୮ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା  

୮ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା  

ଭୁବନେଶ୍ୱର: ଜୁଲାଇ ୧୨ରେ ମହାପଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । କେବଳ ଶେଷ ସ୍ପର୍ଶ ଅପେକ୍ଷାରେ ତିନି ରଥ । ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଠିକ୍ ଚାରି ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କରିବେ । ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ,  ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଇନ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପୁଲିସ ମହାନିର୍ଦ୍ଦେଶକ, ସେବାୟତ, ଅନ୍ୟଅଧିକାରୀମାନେ ସାମିଲ ହେବେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ଏବଂ ସୀମିତ ସେବାୟତ ଓ ପୁଲିସ କର୍ମଚାରୀଙ୍କ ମାଧ୍ୟମରେ ରଥ ଟାଣିବାର ବ୍ୟବସ୍ଥା ହେବ । ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ । କାରଣ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ହାର ଅଧିକ ଥିବାରୁ କୋଭିଡ୍ କଟକଣାକୁ ଅଧିକ କଡ଼ାକଡ଼ି କରାଯିବ । ରଥଯାତ୍ରା କିପରି ଶୃଙ୍ଖଳିତ ଓ ସୁରୁଖୁରୁରେ ଶେଷ ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking