27.1 C
Bhubaneswar
Tuesday, March 11, 2025
Homeଓଡିଶାସମସ୍ତେ ସଚେତନ ହେଲେ କରୋନା ହାରିବ

ସମସ୍ତେ ସଚେତନ ହେଲେ କରୋନା ହାରିବ

ଫୁଲବାଣୀ : କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ସମସ୍ତେ ସଚେତନ ହେଲେ କରୋନା ହାରିବ ନେଇ ଏକ ଆଲୋଚନା ଚକ୍ର ହୋଇଛି । ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଲ ଏଥିରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଜାତୀୟ ସେବା ଯୋଜନାର ମୁଖ୍ୟ ତଥା ଉଚ୍ଚ ଶିକ୍ଷା ଉପସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ଉଚ୍ଚ ଶିକ୍ଷା ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଯୋଗଦେଇଥିଲେ । ସ୍ୱେଚ୍ଛାସେବୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରି ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ କରୋନା ଯୋଦ୍ଧା ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ଡାକ୍ତର ଗୋପାଳ କୃଷ୍ଣ ନାୟକ ଯୋଗଦେଇ କହିଥିଲେ ଦ୍ୱିତୀୟ ଲହରରେ ଯଦି ଭୁଲ କରିବା ତାହା ତୃତୀୟ ଲହରକୁ ସ୍ୱାଗତ କରିବ ବୋଲି ଧରିହେବାକୁ ପଡିବ। କରୋନାର ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ଲହର କ’ଣ, ବ୍ଳାକ ଫଙ୍ଗସ କ’ଣ, ସେ ବିଷୟରେ ବିଷଦ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ରଘୁନାଥ ମଣ୍ଡଳ ଯୋଗଦେଇ ନିଜ ଆଂଚଳିକ ଭାଷା କୁଇରେ ଜନସାଧାରଣଙ୍କୁ ସଚେତନ କଲେ ଅଧିକ ସୁଫଳ ମିଳିବ ବୋଲି କହିଥିଲେ ।

ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋରାପୁଟ ଜିଲ୍ଳା ଡିପିଓ ଏନଏମ ଏସ କିଶୋର ଚନ୍ଦ୍ର ବେହେରା ସଂଯୋଜନା କରିଥିଲେ । କଲେଜର ପ୍ରୋଗ୍ରାମ ଅଫିସର ସର୍ବେଶ୍ୱର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ସ୍ୱେଚ୍ଛାସେବୀମାନେ କରୋନାକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ଏଥିରେ ୬୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking