27.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୬୦୧୯ କରୋନା ରୋଗୀ ସର୍ବାଧିକ ଖୋର୍ଦ୍ଧା

ଆଜି ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୬୦୧୯ କରୋନା ରୋଗୀ ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨ । ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୩୫, ବାଲେଶ୍ୱରରୁ ୨୮୬, ବରଗଡ଼ରୁ ୧୨୨, ଭଦ୍ରକରୁ ୨୬୨, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୭୯, କଟକ ୫୩୧, ଦେବଗଡ଼ରୁ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଂଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡ଼ାରୁ ୪୧ ଓ କଳାହାଣ୍ଡିରୁ ୭୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୨୦, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୩୩୩, ନବରଙ୍ଗପୁରରୁ ୧୫୧, ନୟାଗଡରୁ ୧୯୧, ନୂଆପଡାରୁ ୨୩, ପୁରୀରୁ ୩୨୪, ରାୟଗଡାରୁ ୧୦୮, ସମ୍ବଲପୁରରୁ ୧୩୧, ସୋନପୁରରୁ ୬୫, ସୁନ୍ଦରଗଡରୁ ୨୮୩ ଏବଂ ଷ୍ଟେଟ ପୁଲ୍‌ରୁ ୧୫୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking