ନବରଙ୍ଗପୁର : ଚନ୍ଦା ହାଣ୍ଡି ବ୍ଲକ୍ ରେ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର ହୁଁ ହୁଁ ହୋଇ ବଢ଼ିବାରେ ଲାଗିଛି। ଏହି ବ୍ଲକ୍ ଜିଲ୍ଲାର ସର୍ବାଧିକ ୧୫୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହାରି ଭିତରେ ବହୁ ଧନ ଜୀବନ ମଧ୍ୟ ଯାଇ ସାରିଲାଣି। ଅନ୍ୟପକ୍ଷରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଭିତରେ ସାଧାରଣ ଲୋକଙ୍କ ସମସ୍ୟା କହିଲେ ନ ସରେ ଏଭଳି କି ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ମଧ୍ୟ ସମସ୍ୟା ଦେଖା ଦେଇ ଥିବାରୁ ସାଧାରଣ ଜନତା ଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡ଼ିଛି।ଏଭଳି ଏକ ଅସମୟରେ ସହାୟତା ର ହାତ ବଢ଼ାଇ ଛନ୍ତି ଚନ୍ଦା ହାଣ୍ଡି ବ୍ଲକ୍ ର ତିନି ଆଇନଜୀବି ତଥା ସମାଜ ସେବୀ।
ଆଇନଜୀବି ମହମ୍ମଦ ହୁସେନ ସମାଜ ସେବୀ ତଥା ଆଇନଜୀବି କ୍ଷେମ ରାଜ୍ ବାଘ,ଆଇନଜୀବି ହୂମେଶ୍ୱର୍ ହଂସ ବିଭିନ୍ନ ଗ୍ରାମ କୁ ଯାଇ ଲୋକ ଙ୍କୁ କରୋନା ସଚେତନତା ର ବାର୍ତ୍ତା ଦେବାସହ ଜନ ସାଧାରଣ ଙ୍କୁ ମାସ୍କ ସାନି ଟାଇଯର ସାବୁନ୍ ବିସ୍କୁଟ ଆଦି ସାମଗ୍ରୀ ସହ ନିହାତି ଅସହାୟ ପରିବାର ବର୍ଗ ମାନଙ୍କୁ ରାସନ୍ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।ପ୍ରଥମ ଦିନ ରେ ଆଜି ଏମାନେ ଏକ ଅଟୋ ଯୋଗେ ବିଭିନ୍ନ ଗ୍ରାମ ଯଥା ସରଧାପୂର୍,ଭଣ୍ଡାର ନଦୀ ସାହି , ମୋତିଗାଁ , ଚନ୍ଦାହାଣ୍ଡି,କେନାଲ ସାହି ଆଦି ଗ୍ରାମ ର ଶତାଧିକ ପରିବାର କୁ ଆଜି ଏହି ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିବାବେଳେ ଆଗାମୀ ଦିନ ରେ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ଏହି ସମାଜ ସେବୀ ମାନେ ପ୍ରକାଶ କରିଛନ୍ତି।