34.1 C
Bhubaneswar
Friday, March 29, 2024
Homeଓଡିଶାସାମ୍ବାଦିକ ସଂଘ ତରଫରୁ ସାମାଜିକ ସଚେତନା

ସାମ୍ବାଦିକ ସଂଘ ତରଫରୁ ସାମାଜିକ ସଚେତନା

ଢେଙ୍କାନାଳ : କରୋନା ମହାମାରୀ ସାରା ରାଜ୍ୟ ତଳିତଳାନ୍ତ କରିଥିବା ବେଳେ କ୍ରମଶଃ ସଂକ୍ରମଣ ଜଟିଳ ପରିସ୍ଥିତି ସୃଷ୍ଟି ହେଲାଣି । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଚାଲିଥିବା ମହାଯୁଦ୍ଧରେ ସାମ୍ବାଦିକ ମାନଙ୍କ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟ ସରକାର ଘୋଷଣା କରିବା ପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସାମ୍ବାଦିକ ମାନେ ତତ୍ପର ହୋଇପଡିଛନ୍ତି । ନିଜର ବ୍ୟସ୍ତ ବହୁଳ ପେଶାରୁ ଟିକିଏ ସମୟ ବାହାର କରି ସାମାଜିକ ସଚେତନତା ପାଇଁ ଅଂଟା ଭିଡିଛନ୍ତି । ଏପରିକି ଗଁଦିଆ ବ୍ଲକ୍‌ରେ ଥିବା ଡିଜିଟାଲ ମିଡିଆ ଆସୋସିଏସନ୍ ତରଫର ସପ୍ତାହ ବ୍ୟାପି ମାସ୍କ ଓ ସାନିଟାଇଜର ପ୍ରଦାନ କରିବା ସହି ସଚେତନ କରିଥିଲେ ।

ଏପରିକି ଏହି ମହାମାରୀ ସମୟରେ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ପାଇଁ ସାମାଜିକ ଦୁରତା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସରକାରଙ୍କ କଟକଣାକୁ ମାନି ଚଳିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ, ବିଡିଓ ନେତ୍ରାନନ୍ଦ ମଲିକ ଓ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହି ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢା ଦରରେ ନ ବିକିବାକୁ ବେପାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking