19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଭାରତୀୟମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ ଟାଗୋର

ଭାରତୀୟମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ ଟାଗୋର

ଭୁବନେଶ୍ୱର : ରବୀନ୍ଦ୍ରନାଥ ଠାକୁର ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ “ବଙ୍ଗଳାର ପକ୍ଷୀ” ବୋଲି ଆଖ୍ୟା ଦିଆଯାଇଥିଲା । ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା’ ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ “ଜନ ଗଣ ମନ” ଓ ବାଂଲାଦେଶ “ଆମର୍ ସୋନାର ବଙ୍ଗଲା” । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କ ଠାରୁ ପ୍ରେରଣା ଲାଭ କରିଥିଲା ।

ପିଲାଟି ଦିନରୁ ସେ କବିତା, ଛନ୍ଦ ଓ ଭାଷାରେ ଅଦ୍ଭୁତ ପ୍ରତିଭା ଥିବା ଆଭାସ ହେବାକୁ ଲାଗିଥିଲା । ସେ ତାଙ୍କ ଜୀବନକାଳରେ ଅନେକ ଉପନ୍ୟାସ, ଲଘୁ କଥା, ଯାତ୍ରାବୃନ୍ତ, ନାଟକ ଓ ହଜାରେ ଗୀତ ଲେଖିଛନ୍ତି । ଅଧିକାଂଶ ସମୟରେ ସେ ନିଜ ପଦ୍ୟ କବିତା ପାଇଁ ଜଣାଶୁଣା । ଗଦ୍ୟରେ ଲେଖିଥିବା ତାଙ୍କ ଛୋଟ କାହାଣୀ ବେଶ ଲୋକପ୍ରିୟ । ଟାଗୋର ଇତିହାସ, ଭାଷାବିଜ୍ଞାନ ଓ ଆଧ୍ୟାତ୍ମିକତା ସହ ଜଡିତ ପୁସ୍ତକ ବି ଲେଖିଥିଲେ । ଟାଗୋର ପ୍ରାୟ ୨୨୩୦ଟି ଗୀତର ରଚନା କରିଥିଲେ । ଟାଗୋରଙ୍କ ସଂଗୀତକୁ ତାଙ୍କ ସାହିତ୍ୟରୁ ଅଲଗା କରାଯାଇପାରିବ ନାହିଁ । ମନୁଷ୍ୟ ଓ ଇଶ୍ୱର ମଧ୍ୟରେ ଯେଉଁ ଚିରସ୍ଥାୟୀ ସଂପର୍କ ଅଛି, ତାଙ୍କ ରଚନାରେ ଏହା ଭିନ୍ନ ଭିନ୍ନ ରୂପରେ ପରିଦର୍ଶିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking