ଭୁବନେଶ୍ୱର: ଗୋଟେ ପିରାଲୀ ବ୍ରାହ୍ମଣ କଲିକତାର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଜେସର ସହର ସହ ସମ୍ପର୍କିତ, ରବିନ୍ଦ୍ରନାଥ ଟାଗୋର ଯେତେବେଳେ ୮ବର୍ଷ ବୟସର ହେଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ, ସେ ଭାନୁସିଂହ ନାମକ ଛଦ୍ମ ନାମ ଉପଯୋଗ କରି ନିଜର କବିତାକୁ ଉନ୍ମୋଚନ କରିଥିଲେ । ସେହି କବିତାଗୁଡିକୁ ସାହିତ୍ୟିକ ମହଲରୁ ଅନେକ ପ୍ରଶଂସା କରାଯାଇଥିଲା । ଅନୁବାଦରେ ତାଙ୍କ କବିତା ଅଧ୍ୟତ୍ମିକ ଓ ସୁଲଳିତ ଥିଲା ,କିନ୍ତୁ ତାଙ୍କର ରୁଚିପୂର୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣା ନ ଥିଲା ।୧୮୭୭ ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମରେ ପ୍ରକାଶନ କରି ଥିଲେ । ସେ ଜଣେ ମାନବବାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବେଦୀ ଥିଲେ । ସେ ବ୍ରିଟିଶ ଶାସନର ନିନ୍ଦା ଓ ଭାରତର ସ୍ୱଧୀନ ପାଇଁ ଓକିଲାତି କରୁଥିଲେ । ବଙ୍ଗଳା ପୁନଃଜାଗରଣ ର ପ୍ରତିବାଦକ ରୂପରେ ,ସେ ଚିତ୍ର, ଚିତ୍ରାଙ୍କନ , ୧୦୦ ବହି, କିଛି ୨୦୦୦ ସଂଖ୍ୟକ କବିତା, ଇଚ୍ଛାପତ୍ର ସାମିଲ ଥିଲା । ତାଙ୍କଦ୍ୱାରା ବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
୧୮୭୮ରେ ସେ ନିଜ ପିତାଙ୍କ ଇଚ୍ଛା ପୁରଣ କରିବା ପାଇଁ ବାରିଷ୍ଟର ହେବା ଉଦ୍ଦେଶ୍ୟରେ ଇଂଲଣ୍ଡ ଯାଇଥିଲେ । ରବୀନ୍ଦ୍ରନାଥ ଟାଗୋରଙ୍କ ପାରମ୍ପରିକ ଶିକ୍ଷା ବ୍ରିଟେନ, ଇଂଲଣ୍ଡ ପବ୍ଲିକ ବିଦ୍ୟାଳୟରେ ହୋଇଥିଲା । ସେ ଜଣେ ବ୍ରିଟିଶର ହୁଅନ୍ତୁ ବୋଲି ତାଙ୍କ ବାପା ଚାହୁଁଥିଲେ । ସେ ସେଠାରେ କିଛି ମାସ ଧରି ରହିଥିଲେ, ଟାଗୋରଙ୍କ ପରିବାର ବ୍ରିଟେନ ଓ ହୋବର ମେଡ଼ିଆନ ଭିଲାରେ ନିଜେ ଘର କିଣି ଥିଲେ: ୧୮୭୭ ମସିହାରେ ସେଠାରେ ତାଙ୍କ ଝିଅରୀ ଓ ପୁତୁରା (ସୁରେନ୍ଦ୍ର ଓ ଇନ୍ଦିରା ଦେବୀଙ୍କ ପିଲାମାନେ), ଟାଗୋରଙ୍କ ଭାଇ ସତ୍ୟନ୍ଦ୍ରନାଥ ତାଙ୍କ ମା’ଙ୍କ ଏବଂ ତାଙ୍କ ଭାଉଜଙ୍କ ସହ ରହୁଥିଲେ । ସେ ଶେଷରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ପଢିଥିଲେ, କିନ୍ତୁ ସେ ସେଇ ସ୍କୁଲ ଛାଡିଦେଲେ । ନିଜ ସ୍ୱାଧୀନରେ ସେ ପଢିବାକୁ ଇଚ୍ଛାକଲେ, ସେ ସେକ୍ସପିଅର, ରିଲିଜିଓ ମିଡ଼ିସି , କରିଓଲାନ୍ସ , ଆଣ୍ଟୋନି ଏବଂ କ୍ଲିଓପାଟ୍ରା ପଢିଲେ । ଇଂଲିଶ, ଇର୍ରିସ (ଆୟରଲ୍ୟାଣ୍ଡ), ସ୍କୋଟିଷ୍(ସ୍କଟ୍ ଲ୍ୟାଣ୍ଡ)ଗୀତ ଟାଗୋରଙ୍କୁ ଉଲ୍ଲସିତ ଓ ଗଭୀର ପ୍ରଭାବ ପକାଇଥିଲା ।
ବିନା ଡିଗ୍ରୀରେ ୧୮୮୦ମସିହାରେ ବଙ୍ଗଳା ପ୍ରତ୍ୟାବର୍ତ୍ତନ କରିଥିଲେ, ସେ ସଫଳତା ପାଇବାରୁ ବଞ୍ଚିତ ହେଉଥିଲେ । ତାଙ୍କ ବାପା ତାଙ୍କର ପାଇଁ ନିଜେ ବାହାଘର ଠିକ କରିଥିଲେ ମୄଳାଲିଣି ଦେବୀଙ୍କ (୧୮୭୩-୧୯୦୨) ସହ, ସେ ମାତ୍ର ୧୦ ବର୍ଷ ବୟସର ଝିଅ ଥିଲେ (ବାଲ୍ୟ ବିବାହ), ତାଙ୍କ ଜନ୍ମ ଭାବତାରିଣୀରେ ହୋଇଥିଲା । ୧୮୮୩ ମସିହା ଡିସେମ୍ବର ୯ରେ ତାଙ୍କର ବିବାହ ହୋଇଥିଲା । ତାଙ୍କର ୫ଟି ସନ୍ତାନ ଥିଲେ, ୨ଜଣ ସନ୍ତାନ ଛୋଟ ବେଳୁ ମୃତ୍ୟୁ ବରଣ କରିଥିଲେ ।