17.1 C
Bhubaneswar
Friday, January 3, 2025
Homeଦେଶ ବିଦେଶଅନନ୍ୟ ପ୍ରତିଭାର ଅଧିକାରୀ ରବିନ୍ଦ୍ରନାଥ ଟାଗୋର

ଅନନ୍ୟ ପ୍ରତିଭାର ଅଧିକାରୀ ରବିନ୍ଦ୍ରନାଥ ଟାଗୋର

ଭୁବନେଶ୍ୱର : ପ୍ରତିବର୍ଷ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅତି ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ମେ ୯ ତାରିଖ ୨୦୨୧ ରେ ତାଙ୍କର ଜୟନ୍ତୀ ପଡୁଛି । ଦେଖିବାକୁ ଗଲେ  ପଶ୍ଚିମବଙ୍ଗରେ ଏହା ହେଉଛି ଏକ ମହତ୍ଵପୁର୍ଣ ଛୁଟିଦିନ । ଟାଗୋରଙ୍କ ପ୍ରଂଶସକମାନଙ୍କ ମଧ୍ୟରେ ଅତିତ୍ତଉତ୍ସାହର ସହିତ ଏହାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ପାଳନ କରାଯାଏ । ଯାହା ଟାଗୋରଫାଇଲ୍ସ ଭାବରେ ବି ଜଣାଶୁଣା ।
ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ୭ ମେ ୧୮୬୧ କୋଲକାତାରେ ହୋଇଥିଲା । ରବୀନ୍ଦ୍ରନାଥ  ନିଜ ପିତାମାତାଙ୍କ ୧୩ତମ ସନ୍ତାନ ଥିଲେ । ପିଲାଦିନେ ସମସ୍ତେ ତାଙ୍କୁ ରବି ଡାକୁଥିଲେ । ୮ ବର୍ଷ ବୟସରେ ସେ ନିଜର ପ୍ରଥମ କବିତା ଲେଖିଥିଲେ । ୧୬ ବର୍ଷ ବୟସରେ ସେ କାହାଣୀ ଓ ନାଟକ ଲେଖିବା ଆରମ୍ଭ କରିଥିଲେ । ସେ କେବଳ ଜଣେ କବି ନୁହଁନ୍ତି ବରଂ ସଂଗୀତକାର, ଚିତ୍ରକର ଓ ଲେଖକ ବି ଥିଲେ । ଟାଗୋରଙ୍କ ଲୋକପ୍ରିୟ ପୁସ୍ତକ ମଧ୍ୟରୁ ଗୋଟିଏ ହେଲା  ‘ଦ କିଙ୍ଗ ଅଫ୍ ଦ ଡାର୍କ ଚାମ୍ବର’ । ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଚିତ୍ର କରିବାରେ ପାରଙ୍ଗମ ଥିଲେ । ୬୦ ବର୍ଷ ବୟସରେ ଚିତ୍ର କରିବା ଆରମ୍ଭ କରିଥିଲେ । ତାଙ୍କର ଅନେକ ଚିତ୍ର ୟୁରୋପ, ଋଷ ଓ ଆମେରିକାରେ ବି ଲାଗିଛି ।  ସେଣ୍ଟ ଜାଭିୟର ସ୍କୁଲରେ ଶିକ୍ଷା ପୁରା କରିବା ପରେ ଲଣ୍ଡନରେ ଆଇନ ପଢିଥିଲେ । ହେଲେ ସେ ବିନା ଡିଗ୍ରୀରେ ଫେରିଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking