17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଆଟର୍ଣ୍ଣିଂ  ଜେନେରାଲ ସୋଲି ସୋରାବଜୀଙ୍କ ଙ୍କ ନିଧନ ହୋଇଛି । ସୋରାବଜୀ ପୂର୍ବରୁ ୧୯୮୯ରୁ୧୯୯୦ ପର୍ଯ୍ୟନ୍ତ ଆଟର୍ଣ୍ଣିଂ ଜେନେରାଲ ଥିଲେ । ଏହାପରେ ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିଥିଲେ । ୯୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୋଲି ସୋରାବଜୀଙ୍କ ସଂପୂର୍ଣ୍ଣ ନାମ ସୋଲୀ ଜହାଙ୍ଗୀର ସୋରାବଜୀ ଥିଲା । ତାଙ୍କ ଜନ୍ମ ୧୯୩୦ରେ ବମ୍ବେରେ ହୋଇଥିଲା । ୧୯୫୩ରୁ ସେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଦେଇଥିଲେ । ୧୯୭୧ ମସିହାରେ ସୁପ୍ରିମକୋର୍ଟର ସିନିୟର କାଉନସିଲ ବନିଥିଲେ । ସୋଲି ସୋରାବଜୀଙ୍କ ନାମ ଦେଶର ପ୍ରସିଦ୍ଧ ଓକିଲମାନଙ୍କ ମଧ୍ୟରେ ବେଶ ଜଣାଶୁଣା ଥିଲା । ସୋଲି ସୋରାବଜୀଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ବି ସମ୍ମାନିତ କରାଯାଇଛି । ପ୍ରାୟ ସାତ ଦଶନ୍ଧି ପର୍ଯ୍ୟନ୍ତ ସେ କାନୁନ ସହ ଯୋଡି ହୋଇ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking