28.1 C
Bhubaneswar
Thursday, March 28, 2024
Homeକରୋନାଦେଶରେ ଗତ ୨୪ ଘଣ୍ଟାରେ ୩,୮୬,୪୫୨ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୯୮ ସଂକ୍ରମିତଙ୍କ ମୃତ୍ୟୁ

ଦେଶରେ ଗତ ୨୪ ଘଣ୍ଟାରେ ୩,୮୬,୪୫୨ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୯୮ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟିହୋଇଛି। ସେହିଭଳି କରୋନାରେ ୩୪୯୮ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୬୬,୧୫୯, କର୍ଣ୍ଣାଟକ ୩୯,୦୪୭, କେରଳ ୩୮,୬୦୭, ଉତ୍ତରପ୍ରଦେଶ ୩୫,୧୫୬, ଏବଂ ଦିଲ୍ଲୀରୁ ୨୪,୨୩୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ପ୍ରାୟ ଏକ ସପ୍ତାହ ଧରି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୭,୬୨,୯୭୬କୁ ବୃଦ୍ଧିପାଇଛି।

ସେହିଭଳି କରୋନା ଜନିତ ମୃତ୍ୟୁସଂଖ୍ୟା ୨,୦୮,୩୩୦ରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧,୫୩,୮୪,୪୧୮ ଜଣ ଆରୋଗ୍ୟଲାଭ କରିସାରିଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୦,୨୨୮ ରହିଛି। ଦେଶର ଛଅଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଯଥା ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୩୯,୫୫୩, କେରଳ ୧,୫୩୩,୯୮୪, କର୍ଣ୍ଣାଟକ ୧,୪୩୯,୮୨୨, ଉତ୍ତରପ୍ରଦେଶ ୧,୨୧୭,୯୫୫, ତାମିଲନାଡୁ ୧,୦୮୧,୯୮୮ ଏବଂ ଦିଲ୍ଲୀରେ ୧,୦୪୭,୯୧୬ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking