33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଦରକାର କି ?

ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଦରକାର କି ?

କୋଲକାତା: ବଙ୍ଗଳା ନିର୍ବାଚନର ୮ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଏକ୍ସିଟ ପୋଲ ଉପରେ ରହିଥିଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା । ମମତା ବାନାର୍ଜୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ଦରକାର କି ? ଏକ୍ସିଜ ପୋଲରେ ଜନତାଙ୍କ କଣ ରାୟ ରହିବ । ତେବେ ଜନତାଙ୍କ ରାୟ ଆସିଯାଇଛି । ଏପର୍ଯ୍ୟନ୍ତ ଯେଉଁ ୩ଟିଏଜେନ୍ସିଙ୍କ ଏକ୍ସିଟ ପୋଲ ଆସିଛି ସେମାନଙ୍କ ମଧ୍ୟରୁ ରିପବ୍ଲିକ ଭାରତ-ସିଏନଏକ୍ସକୁ ଛାଡି ସମସ୍ତେ ମମତା ବାନାର୍ଜୀଙ୍କୁ ସରକାର କରିବା ପାଇଁ ଚାହିଁଛନ୍ତି । ଟାଇମ୍ସ ମାଉ-ସି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ୧୫୮ ସିଟ ଦେଇଛି । ଏବିପି ସି ଭୋଟର ୧୫୨ରୁ ୧୬୪ ସିଟ ସତ୍ତାରୂଢ ଦଳକୁ ମିଳିବା ନେଇ ଅନୁମାନ କରିଛି । ସେହିଭଳି ରିପବ୍ଲିକ ଭାରତ ସିଏନଏକ୍ସ ବଙ୍ଗଳାରେ ଭାଜପା ସରକାର ବନିବା ନେଇ ଆଶଙ୍କା କରିଛି ।

ସୂଚନାଯୋଗ୍ୟ, ବଙ୍ଗଳାରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ୨୭ମାର୍ଚ୍ଚରେ ହୋଇଥିଲା । ଯେତେବେଳେ କି ୨ୟ ୧ ଏପ୍ରିଲ, ୩ୟ ୬ ଏପ୍ରିଲ, ୪ର୍ଥ ୧୦ ଏପ୍ରିଲ, ୫ମ ୧୭ ଏପ୍ରିଲ, ୬ଷ୍ଠ ୨୨ ଏପ୍ରିଲ, ୭ମ ୨୬ ଏପ୍ରିଲ ଏବଂ ୮ମ ୨୯ ଏପ୍ରିଲରେ ଶେଷ ହୋଇଛି । ୨୯୨ ସିଟର ଭୋଟଗଣତି ୨ ମେ ରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking