26.1 C
Bhubaneswar
Saturday, September 21, 2024
Homeଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କଟକ : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିଶ୍ୱବଦ୍ୟାଳୟ ଓ ମହାବିଦ୍ୟାଳୟ, ଘରୋଇ ଅନୁଷ୍ଠାନର ସମସ୍ତ ହଷ୍ଟେଲ ବନ୍ଦ କରାଯିବା ସହ ଅଫ ଲାଇନ ପାଠପଢାକୁ ବନ୍ଦ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞପ୍ତିକୁ ବିରୋଧ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ଏହି ନିଷ୍ପତ୍ତି ବିରୋଧରେ ରେଭେନ୍ସାର ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଦାବି ସଂପର୍କରେ  ପିଜି କାଉନସିଲ ଅଧ୍ୟକ୍ଷା ସ୍ମୃତିପ୍ରଭା ଦାସଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ହଷ୍ଟେଲ ଖାଲି କରିବା ସହିତ ଅଫ ଲାଇନ କ୍ଲାସ୍‌ ବନ୍ଦ କରିବା ସହ ଅନଲାଇନରେ ପାଠପଢିବା ଲାଗି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ଏହା ଦ୍ୱାରା ଅନେକ ଛାତ୍ରଛାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ । ବିଶେଷ କରି ଦୂର ଦୂରାନ୍ତରରେ ରହୁଥିବା ଅଧିକାଂଶ ଛାତ୍ରଛାତ୍ରୀ  ଅସୁବିଧାରେ ପଡ଼ିବେ । ପୂର୍ବରୁ ଅନଲାଇନ କ୍ଲାସ କରିବା ଦ୍ୱାରା ଦୂରଦୂରାନ୍ତରରେ ରହୁଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇ ପାରିନଥିଲେ । କେଉଁଠାରେ ମୋବାଇଲ ନେଟୱର୍କ ପାଉନଥିବା ବେଳେ ଆଉ କେଉଁ ସ୍ଥାନରେ ନେଟୱର୍କ ଖୋଜିବା ଲାଗି ଚାଲି ଚାଲି ଯିବାକୁ ପଡ଼ୁଥିଲା ।

ପ୍ରତିଦିନ ଏଭଳି ହେବା ଦ୍ୱାରା ଅନେକ ଛାତ୍ରଛାତ୍ରୀ ସଠିକ ଭାବେ ପାଠପଢି ପାରିନଥିଲେ । ସେହିଭଳି ପ୍ରୋଜେକ୍ଟ ଏବଂ ପ୍ରାକ୍ଟିକାଲ ଲାଗି ଅସୁବିଧାର ସମ୍ମଖୀନ ହେବାକୁ ପଡ଼ିଥିଲା । ହଷ୍ଟେଲ ଖାଲି କରିବା ଦ୍ୱାରା ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତେବେ ଆଗାମୀ ଦିନରେ ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷା ଆରମ୍ଭ ହେବ । ହଷ୍ଟେଲ ଖାଲି କରିବା ଦ୍ୱାରା ପାଠପଢିବା ଲାଗି ବିଭିନ୍ନ ଅସୁବିଧା ସୃଷ୍ଟି ହେବ । ତେଣୁ ଅଫ ଲାଇନରେ ପାଠପଢା ଏବଂ ହଷ୍ଟେଲ ଖାଲି ନକରିବା ଦାବିରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ  କରିଛନ୍ତି । ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ନଠେଲି ସେମାନଙ୍କୁ ଅଫଲାଇନରେ ପାଠପଢିବା ସହିତ ହଷ୍ଟେଲରେ ରହି ପାଠ ପଢିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking