26.1 C
Bhubaneswar
Friday, March 29, 2024
Homeଓଡିଶାକମିଶନରେଟ୍ ପୁଲିସରେ ଅଦଳବଦଳ

କମିଶନରେଟ୍ ପୁଲିସରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ପୁଲିସ ପକ୍ଷରୁ ଇନ୍ସପେକ୍ଟରରୁ ଡିଏସ୍‌ପି ର‌୍ୟାଙ୍କକୁ ପଦୋନ୍ନତି ପାଇଥିବା ୧୪୬ଜଣ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ଏହାସହ ୧୨ଜଣ ଡିଏସ୍‌ପି ର‌୍ୟାଙ୍କ୍‌(ଓପିଏସ୍‌) ଅଫିସରଙ୍କୁ ବିନା ପଦୋନ୍ନତିରେ ଅନ୍ୟତ୍ର ବଦଳି କରାଯାଇଛି । ଏମାନଙ୍କ ମଧ୍ୟରେ କମିଶନରେଟ୍ ପୁଲିସରେ କାମ କରୁଥିବା ୭ଜଣ ଅଫିସର ନିଜ କାର୍ଯ୍ୟଶୈଳୀରେ ପୁଲିସ ମୁଖିଆଙ୍କୁ ଖୁସି କରିପାରିଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ପୁଣି ଭୁବନେଶ୍ୱର-କଟକ ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରିବାର ସୁଯୋଗ ଦିଆଯାଇଛି । ସେହିପରି ବାହାର ଜିଲ୍ଲା ପୁଲିସର ୩ଜଣ ଅଫିସରଙ୍କୁ କମିଶନରେଟ୍ ପୁଲିସକୁ ଅଣାଯାଇଥିବାବେଳେ ୧୧ଜଣ ଅଫିସରଙ୍କୁ କମିଶନରେଟ୍ ପୁଲିସରୁ ବାହାର ଜିଲ୍ଲା ପୁଲିସକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, କମିଶନରେଟ୍ ପୁଲିସରେ କାମ କରୁଥିବା ୭ଜଣ  ଅଫିସର ନିକଟରେ ଇନ୍ସିପେକ୍ଟର ର‌୍ୟାଙ୍କରୁ ଡିଏସ୍‌ପି ର‌୍ୟାଙ୍କକୁ ପଦୋନ୍ନତି ପାଇଥିଲେ । ସେମାନେ ହେଲେ ମାନସୀ ପାତ୍ର, ଆଶୁତୋଷ ମିଶ୍ର, ଭରତ ସାହୁ, ବିଜୟିନୀ ସିଂ, ଅଜୟ କୁମାର ଦାସ, ଅରୁଣ କୁମାର ସ୍ୱାଇଁ ଓ ତାପସ ପ୍ରଧାନ । ଏମାନେ କମିଶନରେଟ୍ ପୁଲିସରେ ଏସିପି ଭାବେ ନୂଆ ନିଯୁକ୍ତି ପାଇଛନ୍ତି । ଏହି ଅଫିସରଙ୍କ କାର୍ଯ୍ୟଶୈଳୀ ଓ  ଲୋକଙ୍କ ପ୍ରତି ବ୍ୟବହାର ଏବଂ ବିଭାଗୀୟ ନିୟମ ଦୃଷ୍ଟିରୁ ପୁଣି କମିଶନରେଟ୍ ପୁଲିସରେ କାର୍ଯ୍ୟ କରିବାକୁ ଏମାନଙ୍କୁ ଆଉ ଏକ ସୁଯୋଗ ମିଳିଛି ।

ସେହିପରି କମିଶନରେଟ୍ ପୁଲିସରେ ୧୧ଜଣ ଡିଏସ୍‌ପି ର‌୍ୟାଙ୍କ ଅଫିସରଙ୍କୁ ଅନ୍ୟ ଜିଲ୍ଲା ପୁଲିସ ଓ ବିଭିନ୍ନ ପୁଲିସ ଶାଖାରେ ନୂଆ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ଅମିତା ତ୍ରିପାଠୀ(ଭିଜିଲାନ୍ସ ଡିଏସ୍‌ପି), ସୁଜାତା ଜେନା(ଭିଜିଲାନ୍ସ ଡିଏସ୍‌ପି), ଶରତ କୁମାର ସାହୁ(କ୍ରାଇମବ୍ରାଞ୍ଚ ଡିଏସ୍‌ପି), ରଶ୍ମୀରଞ୍ଜନ ସାହୁ(ଡିଏସ୍‌ପି  ପିସିଆର୍ ସେଲ୍ ଜଗତସିଂହପୁର), ଲକ୍ଷ୍ମୀନାରାୟଣ ତିୱାରି(ଡିଏସ୍‌ପି କେନ୍ଦ୍ରାପଡ଼ା), ଗିରିଜା ଶଙ୍କର ଚକ୍ରବର୍ତ୍ତୀ(ଡିଏସ୍‌ପି, ଡିଆଇବି ସୋନପୁର), ଅକ୍ଷୟ କୁମାର ପଣ୍ଡା(ଡିଏସ୍‌ପି ମୁଖ୍ୟାଳୟ ଅନୁଗୁଳ,) ଦୀପକ କୁମାର ମିଶ୍ର( ଡିଏସ୍‌ପି, ସ୍ପେଶାଲ ବ୍ରାଞ୍ଚ) ଦେବଜ୍ୟୋତି ଦାସ(ଏସ୍‌ଡିପିଓ, ରାୟଗଡ଼ା), ସତ୍ୟଜିତ୍ ଦାସ( ଡିଏସ୍‌ପି ପିସିଆର ନୟାଗଡ଼), ଇମାନ୍ କଲ୍ୟାଣ(ଡିଏସ୍‌ପି, ସିଏଡବ୍ଲୁ ଆଣ୍ଡ୍ ସିଡବ୍ଲୁ) । ଏଥିସହିତ ବାହାର ଜିଲ୍ଲା ପୁଲିସର ୩ଜଣ ଡିଏସ୍‌ପି ର‌୍ୟାଙ୍କ୍ ଅଫିସରଙ୍କୁ କମିଶନରେଟ୍ ପୁଲିସରେ ଏସିପି ଭାବେ ନୂଆ ନିଯୁକ୍ତି ମିଳିଛି । ସେମାନେ ହେଲେ କୃଷ୍ଣଚନ୍ଦ୍ର ସେଠୀ(ଗଞ୍ଜାମ), ପ୍ରଣୀତା ପଟ୍ଟନାୟକ(ଖୋର୍ଦ୍ଧା) ଓ ଚନ୍ଦନ ଘଡ଼େଇ( ଭଦ୍ରକ) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking