ନୂଆଦିଲ୍ଲୀ: ପିଏମ ମୋଦିଙ୍କ ଅପିଲ ପରେ ଜୁନା ଆଖଡା କୁମ୍ଭମେଳା ସମାପନ ନେଇ ଘୋଷଣା କରିଛି । ଜୁନା ଆଖଡା ତରଫରୁ କୁହାଯାଇଛି ଯେ, ଭାରତର ଜନତା ଓ ତାଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ପ୍ରାଥମିକତା । କରୋନା ମହାମାରୀର ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ବିଧିବଧ କୁମ୍ଭର ସମସ୍ତ ଆବାହିତ ଦେବତାମାନଙ୍କୁ ବିସର୍ଜନ କରିଛୁ । ଜୁନା ଆଖଡା ତରଫରୁ କୁମ୍ଭର ବିଧିବଧ ବିସର୍ଜନ ସମାପନ ହୋଇଛି । କୁମ୍ଭମେଳାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଫଳରେ ମାତ୍ରାଧିକ କରୋନା ପଜିଟିଭ ବାହାରିଥିବା ମଧୟ ସୂଚନା ରହିଥିଲା । ପୋଲିସ କୋଭିଡ ନିୟମ ପାଳନ କରାଇବାରେ ବି ଅକ୍ଷମ ପାଲଟିଥିଲା ଗହଳି ଦୃଷ୍ଟିରୁ । କେହି ବି କୋଭିଡ ନିୟମ ମାନୁନଥିଲେ । କାହା ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ନଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଫୋନରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରିଙ୍କ ସହ କଥା ହୋଇ ସନ୍ଥଙ୍କ ହାଲଚାଲ ବୁଝିଥିଲେ । ମୋଦି ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
भारत की जनता व उसकी जीवन रक्षा हमारी पहली प्राथमिकता है। #कोरोना महामारी के बढ़ते प्रकोप को देखते हुए हमने विधिवत कुम्भ के आवाहित समस्त देवताओं का विसर्जन कर दिया है। #जूनाअखाड़ा की ओर से यह कुम्भ का विधिवत विसर्जन-समापन है।@narendramodi @AmitShah@ANI @z_achryan @TIRATHSRAWAT pic.twitter.com/rOUaqL1egU
— Swami Avdheshanand (@AvdheshanandG) April 17, 2021
ଅନ୍ୟପଟେ କରୋନାର ପରିସ୍ଥିତି ଦେଖି ଆଜି ରାତି ୮ଟାରେ କୋଭିଡ ୧୯ ଉପରେ ପିଏମ ମୋଦି ସମୀକ୍ଷା ବୈଠକ କରିବେ ।