ଯାଜପୁର : ରାଜ୍ୟ ସରକାର ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ତାହାର ରକ୍ଷଣା ବେକ୍ଷଣ ଅଭାବରୁ କୋରେଇ ବ୍ଲକ ଅନ୍ତର୍ଗତ ହଳଦିଗଡିଆ ପଂଚାୟତ ରେ ଦେଖିବାକୁ ମିଳିଛି । ହାଳଡିଗଡିଆ ଗ୍ରାମ ରେ ପଂଚାୟତ ତରଫରୁ ଆର.ଡି ରୋଡ଼ ଠାରୁ ହଳଦୀଗାଡ଼ିଆ ଅସ୍ଥାୟୀ ପଂଚାୟତ ଆଫିସ ପର୍ଯ୍ୟନ୍ତ ଶହେ ରୁ ଉର୍ଦ୍ଧ ବୃକ୍ଷ ରୋପଣ ହୋଇଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଗଛ ଗୁଡିକ ନଷ୍ଟ ହୋଇ ଅନାବନା ଜଙ୍ଗଲୀ କିସମ ଗଛ ଉଠିଥିବା ଦେଖା ଦେଇଛି । ସ୍ଥାନୀୟ ଯୁବକ ଠାରୁ ପଚାରି ରୁ ସେ କହିଥିଲେ ପାଣି ଦିଆ ହେଉଛି । କିନ୍ତୁ ଝାଉଁ ଗଛ ବଦଳ ରେ ଜଙ୍ଗଲୀ ଗଛ ହେଇଛି । ଏଥି ପାଇଁ ଦାୟୀ କିଏ ହେବ ସ୍ଥାନୀୟ ପ୍ରଶାସନ ନା ଚାରା ଯୋଗାଉ ଥିବା ସଂସ୍ଥା ଅଂଚଳ ବାସୀ ଙ୍କ ମଧ୍ୟ ରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।