17.1 C
Bhubaneswar
Friday, January 10, 2025
Homeକରୋନାଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ପ୍ରଭାବ ଏବେ ପୁଣି ବଢି ବଢି ଚାଲିଲାଣି । ଏବେ କରୋନା ଆଁ ରେ ଉତ୍ତରାଖଣ୍ଡ ନୂତନ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥ ସିଂହ ରାବତ । ରାବନ ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଇସୋଲେଟ ହୋଇ ରହିଥିବା କହିଛନ୍ତି ।
ଟ୍ୱିଟରେ ସେ ଲେଖିଛନ୍ତି, ‘ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ମୁଁ ଠିକ୍ ଅଛି ଏବଂ ଚିନ୍ତା କରିବାର ବିଷୟ ନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଇସୋଲେସନରେ ରହିଛି । ଯଦି କିଏ ନିକଟ ଅତୀତରେ ମୋ ସଂପର୍କରେ ଆସିଛନ୍ତି, ଦୟାକରି ନିଜର କରୋନା ଟେଷ୍ଟ କରାଇନିଅନ୍ତୁ’ ।

ଦେଶରେ ମାର୍ଚ୍ଚ ମାସରେ କରୋନା ମହାମାରୀ ବିପଦଜନକ ହେଉଛି । ଦେଶରେ ଦୃତ ଗତିରେ କରୋନ ସଂକ୍ରମଣ ୨୧ ଫେବୃୟାରୀ ପରେ ହିଁ ଆରମ୍ଭ ହୋଇଛି । ତାହା ପୂର୍ବରୁ ଲାଗୁଥିଲା ଯେ, କରୋନା ଧିରେ ଧିରେ ଦେଶରୁ ସମାପ୍ତ ହେଉଛି । ହେଲେ ବର୍ତମାନର ସ୍ଥିତି ପୁଣି ଥରେ ଦେଶକୁ ସେହି ସ୍ଥିତିକୁ ଟାଣିବାକୁ ବସିଛି ।
ଗତ ୨୪ ଘଣ୍ଟାରେ ୪୬ ହଜାର ୯୫୧ ନୂଆ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୨୧୨ ଜଣଙ୍କ ମୃତ୍ୟୁ ହେବା ସହ ୨୧ ହଜାର ୧୮୦ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ କେସ ୩ ଲକ୍ଷ ୩୪ ହଜାର ୬୪୬ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking