28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଅନ୍ତରୀକ୍ଷ ପରୀ କଲ୍ପନା

ଅନ୍ତରୀକ୍ଷ ପରୀ କଲ୍ପନା

ଭୁବନେଶ୍ୱର : କଲ୍ପନା ଚାୱଲାଙ୍କ ଜନ୍ମ ହରିଆଣାର କର୍ଣ୍ଣାଲଠାରେ ହୋଇଥିଲା । କଲ୍ପନା ଅନ୍ତରୀକ୍ଷକୁ ଯାଇଥିବା ପ୍ରଥମ ଭାରତୀୟ ଥିଲେ । ତାଙ୍କ ପିତାଙ୍କ ନାଁ ବନାରସିଲାଲ ଓ ମାତାଙ୍କ ନାମ ସଂଯୋକ୍ତି । ବାଲ୍ୟ କାଳରୁ କଲ୍ପନାଙ୍କୁ ସମସ୍ତେ ସ୍ନେହରେ ମୋଟୁ ବୋଲି ଡାକୁଥିଲେ । କଲ୍ପନାଙ୍କ ନାମ ଅନୁସାରେ ସେ ଛୋଟ ଦିନୁ ବଡ ଭାବନା ରଖୁଥିଲେ । ସେ ସର୍ବଦା ଆକାଶ ଓ ଆକାଶର ଉଚ୍ଚତା ବିଷୟରେ ଭାବୁଥିଲେ ଓ ନିଜ ପିତାଙ୍କ ସହ ଉଡାଯାହାଜ ଓ ଚନ୍ଦ୍ର,ତାରାଙ୍କ ସମ୍ପର୍କରେ କଥା ହେଉଥିଲେ ।

କଲ୍ପନାଙ୍କ ପ୍ରାରମ୍ଭିକ ଶିକ୍ଷା କର୍ଣ୍ଣାଲର ଟାଗୋର ବିଦ୍ୟାଳୟରେ ଶେଷ ହୋଇଥିଲା । ଏହାପରେ ୧୯୮୨ରେ ଚଣ୍ଡିଗଡ ୟୁନିଭରସିଟିରୁ କଲ୍ପନା ଏରୋନୋଟିକାଲ ଇଞ୍ଜିନିୟରିଙ୍ଗର ଡିଗ୍ରୀ ହାସଲ କରିଥିଲେ । ପରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଆମେରିକା ଯାଇଥିଲେ । ସେଠାରେ ସେ କୋଲୋରାଟୋ ୟୁନିଭରସିଟିରୁ ପିଏଚଡି ଉପାଧୀ ପ୍ରାପ୍ତ କରିଥିଲେ ।

କଲ୍ପନାଙ୍କୁ ୧୯୮୮ରେ ‘ନାସା’ରେ ସାମିଲ କରାଯାଇଥିଲା । ସେଠାରେ ସେ ଅନେକ ରିସର୍ଚ୍ଚ କରିଥିଲେ । ତାଙ୍କ ପରିଶ୍ରମ ଓ ଯୋଗ୍ୟତାକୁ ଦେଖି ତାଙ୍କୁ ଅନ୍ତରୀକ୍ଷ ମିଶନର ଟପ ୧୫ଜଣ ଟିମ ରେ ସାମିଲ କରାଯାଇଥିଲା । ଏହାପରେ କଲ୍ପନାଙ୍କ ନାମ ସେହି ୬ ଜଣଙ୍କ ଭିତରେ ଆସିଥିଲା ଯେଉଁମାନଙ୍କୁ ଅନ୍ତରୀକ୍ଷ ପଠାଯିବାର ଥିଲା । ୧୯ ନଭେମ୍ବର ୧୯୯୭କୁ କଲ୍ପନାଙ୍କୁ ୬ ଜଣ ଯାତ୍ରୀଙ୍କ ସହିତ ପ୍ରଥମ ଅନ୍ତରୀକ୍ଷ ଯାତ୍ରା , ଅନ୍ତରୀକ୍ଷ ସର୍ଟଲ କୋଲୋମ୍ବିଆର ଏସଟିଏଫ ୮୭ରୁ ଆରମ୍ଭ ହୋଇଥିଲା । ଏହି ମିଶନ ୫ ଡିସେମ୍ବର ୧୯୯୭କୁ ସଫଳତାର ସହିତ ସମାପ୍ତ ହୋଇଥିଲା ।
ଯେଉଁ ସମୟରେ ଭାରତୀୟ ଲୋକଙ୍କୁ ଅନ୍ତରୀକ୍ଷ ବିଷୟରେ ସମ୍ପୁର୍ଣ୍ଣ ଜଣା ମଧ୍ୟ ନଥିଲା , ସେତେବେଳେ ଭାରତର ଏହି ଝିଅ କଲ୍ପନା ଚାୱଲା ଅନ୍ତରୀକ୍ଷକୁ ଯାଇ ସମଗ୍ର ବିଶ୍ୱରେ ଭାରତକୁ ଗୌରବ ଆଣି ଦେଇଥିଲେ ।

ଏହାର ୫ ବର୍ଷ ପରେ ନାସା କଲ୍ପନାଙ୍କୁ ପୁଣି ଥରେ ଅନ୍ତରୀକ୍ଷକୁ ଯିବା ପାଇଁ ଚୟନ କରିଥିଲେ । ଏହି ମିଶନରେ କଲ୍ପନା ନିଜ ସହଯୋଗୀଙ୍କ ସହ ମିଶି ପ୍ରାୟ ୮୦ ଟି ପରୀକ୍ଷଣ କରିଥିଲେ । ଏହାପରେ ଏକ ଏପରି ଘଟଣା ଘଟିଲା ଯାହା ସମଗ୍ର ବିଶ୍ୱରେ ଶୋକ ଖେଳାଇ ଦେଇଥିଲା । ହାତରେ ଫୁଲ ତୋଡା ନେଇ ସ୍ୱାଗତ ପାଇଁ ଠିଆହୋଇଥିବା ବୈଜ୍ଞାନିକ , ଅନ୍ତରୀକ୍ଷ ପ୍ରେମୀ ଓ ସମଗ୍ର ବିଶ୍ୱ ସେହି ଦୃଶ୍ୟକୁ ଦେଖି ଗଭୀର ଶୋକରେ ବୁଡି ଯାଇଥିଲା । ପୃଥିବୀକୁ ଅବତରଣ କରିବା ପାଇଁ ମାତ୍ର ୧୬ ମିନିଟ ବାକିଥିବା ବେଳେ ଅଚାନକ ସର୍ଟଲ ବ୍ଲାଷ୍ଟ ହୋଇଯାଇଥିଲା ଏବଂ କଲ୍ପନାଙ୍କ ସହିତ ସମସ୍ତ ଅନ୍ତରୀକ୍ଷ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ । କଲ୍ପନାଙ୍କ ଏହି ଦୁର୍ଘଟଣା ଜନିତ ମୃତ୍ୟୁ ପରେ ମଧ୍ୟ ସେ ଆମ ମାନଙ୍କ ହୃଦୟରେ ଜୀବିତ ଅଛନ୍ତି । ସେ ଆଜି ବି ବିଶ୍ୱରେ ଅନ୍ତରୀକ୍ଷ ପ୍ରେମୀଙ୍କ ପାଇ ଆଦର୍ଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking