ସୁନ୍ଦର ପିଚାଇଙ୍କ ବାସ୍ତବିକ ନାମ ସୁନ୍ଦର ରାଜନ ପିଚାଇ । ତାଙ୍କ ଜନ୍ମ ୧୯୭୨ ରେ ତାମିଲନାଡୁର ଗୋଟିଏ ଛୋଟ ଗାଁରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ରଘୁନାଥ ପିଚାଇ ଓ ମା’ଙ୍କ ନାମ ଲକ୍ଷ୍ମୀ । ସୁନ୍ଦରଙ୍କ ପତା ଜଣେ ଇଲେକଟ୍ରିକାଲ ଇଞ୍ଜିନିୟର ଥିଲେ । ତାଙ୍କ ଠାରୁ ହିଁ ସୁନ୍ଦରଙ୍କୁ ଟେକ୍ନେଲୋଜି ସହ ଯୋଡିି ହେବା ପାଇଁ ପ୍ରେରଣା ମିଳିଥିଲା । ସୁନ୍ଦର ଯେତେବେଳେ ୧୨ବର୍ଷର ଥିଲେ ତାଙ୍କ ବାପା ଘରକୁ ଏକ ଲ୍ୟାଣ୍ଡ ଫୋନ ଆଣିଥିଲେ । ଏହାଥିଲା ସୁନ୍ଦରଙ୍କ ଜୀବନର ପ୍ରଥମ ଟେକ୍ନୋଲୋଜି ବସ୍ତୁ ।
ସୁନ୍ଦର ତାଙ୍କ ଟେଲିଫୋନରେ ଡାଏଲ କରାଯାଉଥିବା ସମସ୍ତ ନମ୍ବର ଅତି ସହଜରେ ମନେ ରଖିପାରୁଥିଲେ । ଆଜି ବି ସେହି ନମ୍ବର ଗୁଡିକ ସୁନ୍ଦରଙ୍କୁ ମନେ ଅଛି ।
ଜଣେ ଉତ୍ତମ ଛାତ୍ର ହେବା ସହ ସୁନ୍ଦର କ୍ରିକେଟ ମଧ୍ୟ ଖେଳୁଥିଲେ । ସେ ଜବାହାର ବିଦ୍ୟାଳୟରେ ଦଶମ ଏହାପରେ ଚେନ୍ନାଇର ୱାନାୱାଡ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଥିଲେ । ଏହାପରେ ସୁନ୍ଦର ଆଇଆଇଟି ଖଡଗପୁରରୁ ନିଜର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ ।
ନିଜେ ପାଠପଢି ସମସ୍ତ ସ୍ଥାନରେ ଟପ କରିଥିଲେ । ଏଥିପାଇଁ ତାଙ୍କୁ ଆଇଆଇଟିରେ ରଜତ ପଦକରେ ସମ୍ମାନୀତ କରାଯାଇଥିଲା ।
ସେଠାରୁ ଛାତ୍ର ବୃତ୍ତି ପାଇଁ ସେ କାଲିଫର୍ଣ୍ଣିଆର ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରେ ପ୍ରବେଶ କରିଥିଲେ ଏବଂ ଭୌତିକ ବିଜ୍ଞାନରେ ଏମଏସସି ଡିଗ୍ରୀ ହାସଲ କରିଥିଲେ । ଏହାପରେ ଏମବିଏ କରିବାକୁ ସୁନ୍ଦର ୱାରଟନ ସ୍କୁଲ ପେନସିଲଭାନିଆ ଯାଇଥିଲେ ।
ଗୁଗଲରେ ଯୋଗ ଦେବା ପୁର୍ବରୁ ସୁନ୍ଦର ମାଇକିନ୍ସ ଆଣ୍ଡ କମ୍ପାନୀ ଓ ଆପ୍ଲାଏଡ ମାଟେରିଆଲ୍ସ ଭଳି କମ୍ପାନୀରେ ନିଜର ଯୋଗ ଦାନ ଦେଇଥିଲେ ।
ସୁନ୍ଦର ୨୦୦୪ରେ ପ୍ରଥମ ଥର ପାଇଁ ଗୁଗଲ ସହ ଯୋଗ ଦେଲେ ।
ପ୍ରାରମ୍ଭରୁ ସେ ଏକ ଛୋଟ ଟିମ ସହିତ ଗୁଗଲ ସର୍ଚ୍ଚଟୁଲ ବାରରେ କାମ କରୁଥିଲେ । ସେଠାରେ କାମ କରବା ବେଳେ ସୁନ୍ଦରଙ୍କୁ ନିଜର ଏକ ଇଣ୍ଟରନେଟ ବ୍ରାଉଜର ବାନାଇବା ପାଇଁ ଇଛା ହୋଇଥିଲା ଓ କମ୍ପାନୀରେ ସେ ପଚାରିବାରୁ ସେବେକାର ସିଇଓ ଏହା ଏକ ମହଙ୍ଗା ପ୍ରୋଜେକ୍ଟ କହି ମନା କରିଦେଇଥିଲେ ।
କିନ୍ତୁ ସୁନ୍ଦର ହାର ନମାନି ଗୁଗଲର ଅନ୍ୟ ପାର୍ଟନର ମାନଙ୍କ ସହ କଥା ହୋଇ ତାଙ୍କୁ ରାଜି କରାଇ ନେଇଥିଲେ । ୨୦୦୮ରେ ସୁନ୍ଦରଙ୍କ ସହାୟତାରେ ଗୁଗଲ ନିଜକ ୱେବସାଇଟ ଲଞ୍ଚ କରିଥିଲା । ଯାହାର ନାମ ‘କ୍ରୋମ’ ଦିଆଗଲା ।
ଆଜିର ସମୟରେ ‘ଗୁଗଲ କ୍ରୋମ’ ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ କରାଯାଉଥିବା ବ୍ରାଉଜର ଅଟେ । ତେବେ ସୁନ୍ଦରଙ୍କ ପରିଶ୍ରମ ଓ ଉତ୍ସାହ ଯୋଗୁଁ ସେ ସଫଳତାର ଶିର୍ଷକୁ ପହଞ୍ଚି ପାରିଥିଲେ ତାଙ୍କୁ ପ୍ରଥମେ ମାଇକ୍ରୋସଫ୍ଟ ଓ ଟ୍ୱିଟରରୁ ସିଇଓ ପଦ ପାଇଁ ଅଫର ଆସିଥିଲା କିନ୍ତୁ ଗୁଗଲ ତାଙ୍କୁ ବହୁତ ସାରା ବୋନସ ଦେଇ କମ୍ପାନୀର ସିଇଓ ହେବା ପାଇଁ କହିଥିଲା ଓ ରୋକି ନେଇଥିଲା । ତେବେ ୧୦ ଅଗଷ୍ଟ ୨୦୧୫କୁ ଗୁଗଲର ସିଇଓ ବନାଯାଇଥିଲା ।