23.1 C
Bhubaneswar
Friday, January 10, 2025
Homeଓଡିଶାମହିଳାମାନେ ଶିକ୍ଷିତ ହେଲେ ଦେଶର ଉନ୍ନତି ହେବ

ମହିଳାମାନେ ଶିକ୍ଷିତ ହେଲେ ଦେଶର ଉନ୍ନତି ହେବ

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥ ମିନି ଷ୍ଟାଡିୟମ ଠାରେ ମହିଳା ବିଜୁ ଜନତା ଦଳ ତରଫରୁ ବିଶ୍ୱ ମହିଳା ଦିବସ ମହା ସମାରୋହରେ ପାଳିତ ହୋଯାଇଛି । ପ୍ରାରମ୍ଭରେ ବାଜିଚୌକ ଛକ ଠାରୁ ଏକ ବିଶାଳ ମହିଳା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଞ୍ଚିଥିଲା । ଜିଲ୍ଲା ମହିଳା ମୋର୍ଚ୍ଚା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ମୂଖ୍ୟ ଅତିଥିଭାବେ ଉଦ୍‌ଘାଟନ କରିଥିଲେ । ମହିଳା ମାନଙ୍କୁ ଆଗକୁ ନେବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ପ୍ରଥମେ ପଂଚାୟତ ନିର୍ବାଚନରେ ମହିଳା ମାନଙ୍କୁ ୩୩% ସଂରକ୍ଷଣର ବ୍ୟବସ୍ଥା କରି ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ଆଣିବା ପାଇଁ ପ୍ରଚେଷ୍ଟା କରାଯାଇ ବ୍ଲକ ଅଧ୍ୟକ୍ଷା, ସରପଂଚ , ସମିତି ସଭ୍ୟା, ଜିଲ୍ଲାପରିଷଦ ଏବଂ ବିଧାନ ସଭାରେ ଯୋଗଦେଇ କାର୍ଯ୍ୟକରିବାର ସୁଯୋଗ ଦିଆଗଲା ।

ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ଆମ ମାନଙ୍କର ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କିଛିବାଟ ଆଗକୁ ଆସି ସେଲଫ୍ ହେଲ୍ପ ଗୃପ ଗଠନ କରି ମହିଳା ମାନଙ୍କୁ ଅଗ୍ରଧିକାର ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବି କରି ନିଜଗୋଡରେ ନିଜେ ଠିଆହେବାର ଯୋଜନା କରିଛନ୍ତି। ମହିଳା ମିଶନ ଶକ୍ତି ମାଧ୍ୟମରେ ପ୍ରାୟ ୭୦ଲକ୍ଷ ମହିଳା ମାନଙ୍କୁ ସାମିଲ କରାଯାଇଛି । ବିଧାନ ସଭା ଓ ଲୋକସଭାରେ ମହିଳାମାନଙ୍କ ନିମନ୍ତେ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ଏହା ଆମପାଇଁ ଏକ ଗୌରବର କଥା । ମହିଳାମାନେ ଶିକ୍ଷିତ ହେଲେ ଦେଶ ଗଠନରେ ଉନ୍ନତି ହେବ ବୋଲି ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ କୁମାର ନାୟକ ଯୋଗଦେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ନିମନ୍ତେ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ମହିଳା ମାନଙ୍କୁ ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଯେଉଁ ସୁଯୋଗ ତିଆରି କରିଛନ୍ତି ତାର ଫାଇଦା ନେବା ସହ ଦେଶ ଗଠନରେ ମହିଳା ମାନଙ୍କର ଭୁମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜଲ୍ଲା ମହିଳା କାର୍ଯ୍ୟକାରି ସଭାନେତ୍ରୀ ରୁବି ବିଶ୍ୱାଳ, ଗଁନ୍ଦିଆ ପଞ୍ଚାୟତ ଅଧ୍ୟକ୍ଷା ଗିତାଞଳୀ ଭୁୟାାଁ, ସଦର ବ୍ଲକ ଅଧ୍ୟକ୍ଷା ପଦ୍ମିନୀ ନାଏକ, ଜିଲ୍ଲା ପରିଷଦ ସଭ୍ୟା ଅର୍ଚ୍ଚନା ସାହୁ, ରଶ୍ମୀଶ୍ରୀ ମହାଳିକ, ଗଁନ୍ଦିଆ ବ୍ଲକ ମହିଳା ସଭାନେତ୍ରୀ ତଥା ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡା, ସଦର ବ୍ଲକ ମହିଳା ସଭାନେତ୍ରୀ ସୁନୀତା ସାହୁ, ଢେଙ୍କାନାଳ ନଗର ସଭାନେତ୍ରି ଶୁଭଲକ୍ଷ୍ମୀ ସାହୁ, ମହିଳା ବିଜେଡି ସାଧାରଣ ସମ୍ପାଦିକା ତିଳୋତ୍ତମା ଚୌଧୁରୀ ପ୍ରମୁଖ ମହିଳା ନେତ୍ରୀ ମାନେ ବିଶ୍ୱ ମହିଳା ଦିବସର ଉଦେଶ୍ୟ ସଂପର୍କରେ ବିଭିନ୍ନ ଆଲୋଚନା କରିଥିଲେ । କୁନି ଝିଅ ଶୁଭଲକ୍ଷ୍ମୀ ବେହେରା ମହିଳା ଦିବସ ଅବସରରେ ଏକ ଗୀତ ଗାଇଥିଲେ ।

ଏହି ଅବସରରେ କାଦମ୍ବୀନୀ ପତ୍ରିକାରେ ସରପଞ୍ଚ ଶୁଭଦର୍ଶିନୀ ପରିଡା ସ୍ଥାନ ପାଇଥିବାରୁ ତାଙ୍କୁ ବିଧାୟକ ଶ୍ରୀ ସାମଲ ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ ସମ୍ବର୍ଦ୍ଧିତ କରିଥିଲେ । ଏହି ମହିଲା ସମାବେଶରେ ପ୍ରାୟ ୩ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ । ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ନରୋତ୍ତମ ସାହୁ, ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ର, ଯୁବ ନେତା ଦୀପକ କୁମାର ମିଶ୍ର,ନିରାକାର ରଉତ, ସୁଧାଶୁଂ କୁମାର ଦଳେଇ, ସଂଖ୍ୟଲଘୁ ସେଲ ସଭାପତି ଅସଫ ଖାଁ, ରମେଶ କୁମାର ସାମଲ, ଢେଙ୍କାନାଳ ଯୁବ ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି, ଶ୍ରୀକାନ୍ତ କୁମାର ଧଳ, ଦେବୀଶଙ୍କର ଶର୍ମା, ରାଜୁ ପାଣ୍ଡେ, ସୋନୁରାମ ସିଂ, ସୁଶିଲ ଗୋଛାୟତ, ବିଶ୍ୱରଞନ ସାହୁ, ରଞନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହେଯାଗ କରିଥିବା ବେଳେ ମହିଳା ବିଜେଡି ସାଧାରଣ ସମ୍ପାଦିକା ଉର୍ବଷୀ ମହାପାତ୍ର ଧନ୍ୟବାଦ ଅର୍ପଣ କରଥିଲେ ଏବଂ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ମଂଚ ପରଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking