14.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗବର୍ଷା-ଅନୁଭବ ବିବାଦ: ଦିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

ବର୍ଷା-ଅନୁଭବ ବିବାଦ: ଦିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

ଭୁବନେଶ୍ୱର: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଆବେଦନ ହୋଇଥିବା ମାମଲା କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ନୁହେଁ, କଟକ ଫ୍ୟାମିଲି କୋର୍ଟରେ ମାମଲା ଚାଲିବ ବୋଲି ସୂଚନା ମିଳିଛି । ଆଜିର ଶୁଣାଣି ପରେ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ପ୍ରଦାନ କରିଛନ୍ତି । ଏହି ବିବାଦ ନେଇ ପଟିଆଲା ହାଉସ କୋର୍ଟରେ ଅନୁଭବ ଆବେଦନ କରିଥିଲେ । ପରବର୍ତୀ ସମୟରେ ଏହି ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶନୀ । ପୂର୍ବରୁ ବର୍ଷା ଘରୋଇ ହିଂସା ନେଇ ରାଜ୍ୟ ମହିଳା କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ବର୍ଷାଙ୍କୁ ପକ୍ଷରୁ ଦାଏର ମାମଲାରେ ମହିଳା କମିଶନ ଅନୁଭବ ଓ ତାଙ୍କ ବାପାମାଆଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲେ । ଅନୁଭବ ହାଜର ହୋଇଥିବା ବେଳେ ଆସିନଥିଲେ ଅନୁଭବଙ୍କ ବାପାମାଆ । ଅନ୍ୟପକ୍ଷେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking