23.1 C
Bhubaneswar
Monday, January 24, 2022
Homeଓଡିଶାରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର , ୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ...

ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର , ୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ:ମୁଖ୍ୟମନ୍ତ୍ରୀ

ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ ଓଡ଼ିଶା ଏକ ପୋର୍ଟାଲ୍

ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ସେବା ଓ ସମ୍ମାନ ସରକାରଙ୍କର ମୁଳମନ୍ତ୍ର

ଭୁବନେଶ୍ବର : ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ l
ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି
l  ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ
ମୋ ସେବାକେନ୍ଦ୍ର ଓ ଓଡ଼ିଶା ଏକ ପୋର୍ଟାଲ୍ ଲୋକାର୍ପିତ କରିଛନ୍ତି l  ୫-ଟି
ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି l ଏହି ଅବସରରେ
ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ
ସରକାରର ମୁଳମନ୍ତ୍ର l ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ l ଲୋକଙ୍କୁ
ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ
ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ l ଏହି ଲକ୍ଷ୍ୟ
ନେଇ ଆମର “୫-ଟି ପଦକ୍ଷେପ ଓ ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି
l ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା
ପାଇପାରିବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି l

ପ୍ରଯୁକ୍ତିବିଦ୍ୟାର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ
ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁ ଚାହୁଁଥିଲେ ପ୍ରଯୁକ୍ତିବିଦ୍ୟା
ସୁବିଧା ଗାଁ ଗାଁ ରେ ପହଞ୍ଚୁ l ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ
ଉପଯୋଗ ହେଉ l ତାର ଜୀବନଧାରଣ ମାନରେ ଉନ୍ନତି ଆସୁ l ମୋ
ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା
କରିଥିଲେ l ଏହି କେନ୍ଦ୍ର ଦ୍ବାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ
ପ୍ରକାରର ସରକାରୀ ସୁବିଧା ପାଇପାରିବେ l ଏଥିପାଇଁ ସେମାନଙ୍କୁ ଆଉ ବାରମ୍ବାର
ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ l

ମୁଖ୍ୟମନ୍ତ୍ରୀ କହିଥିଲେ ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ
ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ l ଏହାଦ୍ବାରା ୮୦୦୦ ଯୁବକ ଯୁବତୀ ଆତ୍ମ
ନିଯୁକ୍ତିର ସୁଯୋଗ ପାଇବେ l ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା
ଲୋକମାନଙ୍କ ପାଇଁ ଓଡ଼ିଶା ଏକ ପୋର୍ଟାଲ୍ ସେବା ଯୋଗାଇବାରେ ସହାୟକ ହେବ
ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l
ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା
ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ
ଦେଇଥିଲେ l
ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୧୯ଦିନ ୫-ଟି ଉପକ୍ରମର ଶୁଭାରମ୍ଭ ଉଦ୍‌ଘାଟନ
ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇବାପାଇଁ ଲୋକଙ୍କୁ
ବାରମ୍ବାର ଯିବାରୁ ମୁକ୍ତିଦେବାରେ ୫-ଟି ଉପକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ
ହେବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ଓ
ଯୁବସେବା ଇ ଆଣ୍ଡ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀ ଙ୍କର
ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାଦ୍ବାରା ସମାଜର
ସବୁ ବର୍ଗର ଲୋକ ଉପକାର ପାଇବେ ବୋଲି ମତ ଦେଇଥିଲେ l
ମୋ ସେବାକେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା,
ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ
ମତବିନିମୟ କରିଥିଲେ l ସେମାନେ ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ
ପ୍ରଶଂସା କରିଥିଲେ l
ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ.ପାଣ୍ଡିୟାନ୍ କାର୍ଯ୍ୟକ୍ରମ
ସଂଚାଳନ କରିଥିଲେ l
ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର କାର‌୍ୟ୍ୟକ୍ରମ
ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ
ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଶ୍ରୀ
ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବରିଷ୍ଠ
ଅଧିକାରୀମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking