17.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗକରୋନା ନେଇ 'ହୁ' ର ଚେତାବନୀ

କରୋନା ନେଇ ‘ହୁ’ ର ଚେତାବନୀ

ନୂଆଦିଲ୍ଲୀ : ବିଶ୍ୱରେ ଆତଙ୍କ ରଚିଥିବା କରୋନା ମହାମାରୀର ପ୍ରକୋପ କିଛି ଦିନ ହେବ କମ ରହିଥିବାବେଳେ, ଏବେ ଏହାର ନୂତନ ଷ୍ଟ୍ରେନ ଆରମ୍ଭ ହୋଇଛି । ଯାହା ଦ୍ୱାରା ସଂକ୍ରମଣ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କରୋନାର ପରିବର୍ତିନ ରୂପ ଏବେ ଭୟ ସଂଚାର କରିଛି । ଯାହାକୁ ନେଇ ଏବେ ସତର୍କ ହୋଇଯାଇଛନ୍ତି ସରକାର ।  ଯାହାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ ) ମହାମାରୀ କରୋନା ବିଷୟରେ ପୁଣି ଏକ ବଡ଼ ଚେତାବନୀ ଦେଇଛି । ହୁ କହିଛି ଆମେ ଆଶା କରୁଛୁ ଯେ, ୨୦୨୧ ଶେଷ ସୁଦ୍ଧା କୋରୋନାର ପ୍ରକୋପ ଶେଷ ହେବ ହେଲେ, ଏହା ଅବାସ୍ତବ ଅଟେ। ଭାରତ ସମେତ ବିଶ୍ୱର ଅନେକ ଦେଶରେ କୋରୋନା ମାମଲା ପୁଣି ବଢିବାରେ ଲାଗିଛି।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ହୁ ର ଜରୁରୀକାଳୀନ ବ୍ୟାପାର ନିର୍ଦ୍ଦେଶକ ଡାକ୍ତର ମାଇକେଲ ରୟାନ କହିଛନ୍ତି ଯେ, ମୁଁ ଭାବୁଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ସମୂଳେ ନାଶ ହେବା ବିଷୟରେ ଚିନ୍ତା କରିବା ଅସାମୟିକ ଏବଂ ଅବାସ୍ତବ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି, “କିନ୍ତୁ ମୁଁ ମଧ୍ୟ ବିଶ୍ୱାସ କରେ ଯେ ଯଦି ଆମେ ବୁଝି ବିଚାରି କାମ କରିବା ସତର୍କ ଓ ସଚେତନ ରହିବା ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା, ମହାମାରୀ ସମ୍ବନ୍ଧୀୟ ମୃତ୍ୟୁ ଏବଂ ଅନ୍ୟାନ୍ୟ ସମସ୍ୟା ମାନ ଦୂର ହୋଇପାରିବ”।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking