36.7 C
Bhubaneswar
Tuesday, April 16, 2024
HomeUncategorizedଗୋଡ଼ଭଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୪ ଗୁରୁତର, ୩୦ ଆହତ

ଗୋଡ଼ଭଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୪ ଗୁରୁତର, ୩୦ ଆହତ

ମୟୂରଭଞ୍ଜ : ରାଇରଙ୍ଗପୁର ଭୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଓଲଟି ଘାଟି ତଳକୁ ଖସି ପଡିବାରୁ ୪ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ତେବେ ଆଜି ଦିନ ପ୍ରାୟ ୧୦.୩୦ ମିନିଟ ସମୟରେ ଘାଟି ଅତିକ୍ରମ କରୁଥିବା ସମୟରେ ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବାର କୁହାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଓ ମହୁଲଡିହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବସ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଗୁରୁତ୍ତର ଏବଂ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡ଼ି ଯୋଗେ ଘଷିପୁରା ଓ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଦୁର୍ଘଟଣାର କାରଣକୁ ନେଇ ମହୁଲଡିହା ଥାନା ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking