16.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗବାସନ୍ଦ ପରେ ନ୍ୟାୟ ପାଇଲେ ମହିଳା, ଗ୍ରାମ ସଭାପତି ଅଟକ

ବାସନ୍ଦ ପରେ ନ୍ୟାୟ ପାଇଲେ ମହିଳା, ଗ୍ରାମ ସଭାପତି ଅଟକ

ଦେବଗଡ଼ : ରିଆମାଳ ଥାନା ଗୁଦୁରୀମୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ଗ୍ରାମରୁ ବାସନ୍ଦ ରହିଥିବା ଜଣେ ନିର୍ଯାତିତା ମହିଳା ଶେଷରେ ପୁଲିସଠାରୁ ନ୍ୟାୟ ପାଇଛନ୍ତି । ଗୁଦୁରୀ ମୁଣ୍ଡା ଗ୍ରାମର ଗଙ୍ଗାଧର ଦେହୁରୀଙ୍କ ସ୍ତ୍ରୀ କୁମୁଦିନୀ ଦେହୁରୀ ତାଙ୍କ ସମ୍ପର୍କୀୟଙ୍କ ସହ ଜମିଜମା ଗଣ୍ଡଗୋଳ ନେଇ ଗତ ନଭେମ୍ବର ୨୪ ତାରିଖରେ ରିଆମାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗ୍ରାମରେ ନାରାୟଣ ଦେହୁରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ କୁମୁଦିନୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ହଜାର ଟଙ୍କା ଜରିମାନା ପାଇଁ ଗ୍ରାମ୍ୟ ସଭାପତି ନିର୍ଦ୍ଦେଶ ଦେଇଥିଲେ । ଜରିମାନା ଅନାଦେୟ ହେଲେ ଗ୍ରାମର ନିଆଁ ପାଣି ବାସନ୍ଦ ପାଇଁ ନିଷ୍ପତ୍ତି ଶୁଣାଇଥିଲେ ।
କୁମୁଦିନୀ ଜରିମାନା ଅର୍ଥ ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ସେହି ଦିନ ଠାରୁ ଗ୍ରାମରେ ନିଆଁ ପାଣି ବାସନ୍ଦ କରାଯାଇଥିଲା । ଏ ସମ୍ପର୍କରେ କୁମୁଦିନୀ ରିଆମାଳ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ନ ମିଳିବାରୁ ଦେବଗଡ଼ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତିଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀ ମହନ୍ତ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଘଟଣାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ଶ୍ରୀ ମହାପାତ୍ର ଘଟଣାର ତଦନ୍ତ କରି ବିଭିନ୍ନ ଦଫାରେ ଏକ ମାମଲା ଋୁଜୁ କରି ଅଭିଯୁକ୍ତ ଗ୍ରାମ୍ୟ ସଭାପତି ନାରାୟଣ ଦେହୁରୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି । ଅନ୍ୟ ପକ୍ଷରେ ଗ୍ରାମ୍ୟ ସଭାପତି ଅଭିଯୁକ୍ତ ନାରାୟଣ ଦେହୁରୀଙ୍କ ସପକ୍ଷରେ ଗ୍ରାମର ବହୁ ପୁରୁଷ ସନ୍ଧ୍ୟାରେ ରିଆମାଳ ଥାନା ସମ୍ମୁଖରେ ପହଞ୍ଚି ତାଙ୍କ ଖଲାସ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking