38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବର୍ଷ ବର୍ଷ ଧରି ପଲିଥିନ୍ ତଳେ କଟୁଛି ଜୀବନ

ବର୍ଷ ବର୍ଷ ଧରି ପଲିଥିନ୍ ତଳେ କଟୁଛି ଜୀବନ

ମାଲକାନଗିର : କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କୁ ପକ୍କା ଘର ପ୍ରଦାନ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ତଥାପି ବହୁ ଗରିବ ପରିବାର ଏଥିରୁ ବଞ୍ଚିତ ହେଉଛନ୍ତି । ଘର ଖଣ୍ଡିଏ ନଥିବାରୁ ଏକ ପରିବାର କୁଡ଼ିଆ ଘରେ ପଲିଥିନ ପକାଇ ଜୀବନ ଅତିବାହିତ କରୁଛନ୍ତି । ଏଭଳି ଏକ ଘଟଣା ମାଲକାନାଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୭୯ ଗ୍ରାମ ଅନ୍ତର୍ଗତ ଜେଲ ସାହିରେ ଦେଖିବାକୁ ମିଳିଛି ।
ଗ୍ରାମର ସାଲେବାନ ନାଗ ଜୀବନର ଅପରାହ୍ନରେ ପହଞ୍ଚିଥିଲେ ବି ପେଟକୁ ଦୁଇମୁଠା ଦାନା ବ୍ୟତୀତ ଆଉ କିଛି ଜୁଟାଇ ପାରୁନାହାନ୍ତି । ବର୍ଷ ବର୍ଷ ଧରି ଖରା, ବର୍ଷା ଓ ଶୀତ କାକରରେ ଏକ ପଲିଥିନ୍ ଟଣା କୁଡ଼ିଆ ଘରେ ଯେନେତେନ ପ୍ରକାରେ କଟାଉଛନ୍ତି । ସକାଳୁ ସଞ୍ଜ କୁଲି କାମ କରି ପରିବାର ଲୋକଙ୍କ ପେଟ ପାଇଁ ଦାନା ଯୋଗାଡ଼ କରୁଥିଲେ ମଧ୍ୟ ରାତିରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ୍ ତଳେ ଅତ୍ୟନ୍ତ ଦୟନୀୟ ଭାବେ ରହିବାକୁ ପଡୁଥିବା ସାଲେବାନ କୋହ ଭରା ସ୍ୱରରେ କହିଛନ୍ତିି । ଏଥିସହ ସାଲେବାନଙ୍କ କାନ ସମସ୍ୟା ରହିଥିବାରୁ ଦୈନନ୍ଦିନ ଜୀବନରେ ନାନା ସମସ୍ୟା ଭୋଗ କରୁଛନ୍ତି । ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସାଲେବାନଙ୍କ ପରିବାର ଏହି ଗ୍ରାମରେ ରହି ଆସୁଛନ୍ତି । ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ପକ୍ଷରୁ ପିଡିଏସ୍ ଚାଉଳ ବ୍ୟତୀତ ଆଉ କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯାଇ ନାହିଁ । ସାଲେବାନଙ୍କ ପରିବାରରେ ବର୍ତ୍ତମାନ ୩ ଜଣ ସଦସ୍ୟ ଗୋଟିଏ ପଲିଥିନ୍ ଟଣା ଗୁଡ଼ିଆ ଘରେ ହିଁ ଜୀବନ କାଟୁଛନ୍ତି । ତାଙ୍କ ପରିବାରକୁ ତୁରନ୍ତ ବାସଗୃହ ଯୋଗାଇ ଦେବା ସହ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking