ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍‌’ ଦର୍ଶନରେ ବିଶ୍ୱାସ କରେ : କୁଳଦୀପ୍ ଚନ୍ଦ୍ ‌ଅଗ୍ନିହୋତ୍ରୀ

ଭୂବନେଶ୍ୱର : ପ୍ରତ୍ୟେକ ଦେଶର ଏକ ସ୍ୱତନ୍ତ୍ର ପରିଚୟ ଏବଂ ଏକ ସ୍ୱତନ୍ତ୍ର ଲୋକଚରିତ୍ର ରହିଛି । ଲୋକ
ଚରିତ୍ରର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ଭାରତରେ ମାନବ ସମାଜକୁ ନେଇ ନୁହେଁ ମାନବତାକୁ ନେଇ ଇତିହାସ ଲେଖାଯାଇଛି ।
ଭାରତର ମୂଳଭୂତ ପରିଚୟ ହେଉଛି ତା’ର ଅସ୍ମିତା । ଏଦେଶ ଆଠ ଶହ ବର୍ଷର ପରାଧିନତା ସତ୍ୱେ ତା’ର ମୂଳ ପରିଚୟକୁ
ଭୁଲିଯାଇନାହିଁ ବରଂ ତା’ର ମୂଳ ପରିଚୟକୁ ବଜାୟ ରଖିପାରିଛି । ଯାହାକୁ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରଣୀତ ‘ଏକାତ୍ମ ମାନବ
ଦର୍ଶନ’ରେ ଚିତି ବୋଲି ଅଭିହିତ କରାଯାଇଛି ବୋଲି ଗତ କାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଏକାତ୍ମ ମାନବ ଦର୍ଶନ ଓ
ଆତ୍ମନିର୍ଭର ଭାରତ’ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହିମାଚଳ ପ୍ରଦେଶସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର
କୁଳପତି ତଥା ସୁବକ୍ତା, ମୈାଳିକ ଚିନ୍ତାନାୟକ ତଥା ସୁସଂଗଠକ ପ୍ରଫେସର କୁଳଦୀପ୍ ଚନ୍ଦ୍ ଅଗ୍ନିହୋତ୍ରୀ କହିଛନ୍ତି ।
ଦୀନଦୟାଲଙ୍କ ବିଚାରରେ ମଣିଷର ଲକ୍ଷ୍ୟକୁ ଚିହ୍ନିବାର ମାପକ କ’ଣ ହୋଇପାରେବୋଲି ପ୍ରଶ୍ନ କରିବା ସହ ପାଶ୍ଚାତ୍ୟର
ପରିମାପକ ସହ ଭାରତୀୟ ପରିମାପକ ଆଦୈା ସମକ୍ଷକ ନୁହେଁ ବୋଲି ଶ୍ରୀ ଅଗ୍ନିହୋତ୍ରି କହିଛନ୍ତି ।
ପ୍ରତ୍ୟେକ ମଣିଷ ସୁଖି ହେବାର ଲକ୍ଷ୍ୟ ନେଇ ଚଳଚଂଚଳ ହେଉଥିବା ବେଳେ ସୁଖର ଅବଧାରଣା ପ୍ରତ୍ୟେକଙ୍କ ନିକଟରେ
ଭିନ୍ନ ଭିନ୍ନ । ମଣିଷ ଜୀବନର ଲକ୍ଷ୍ୟ- ଧର୍ମ, ଅର୍ଥ କାମ ଓ ମୋକ୍ଷ । ତାଙ୍କ ବିଚାର ଥିଲା ଅର୍ଥ ଓ କାମନାର ସାଧନା କରିବା ଉଚିତ୍ । ଏହି
ଦୁଇ ପ୍ରକାରର ପ୍ରବୃତ୍ତି ମଧ୍ୟରେ ଧର୍ମର ନିୟନ୍ତ୍ରଣ ରହିବା ଉଚିତ୍ । ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛି ମୋକ୍ଷ ପ୍ରାପ୍ତି । ସେ ଏଠାରେ ମୋକ୍ଷ
ଉଦେଶ୍ୟରେ କହିବାକୁ ଯାଇ ପ୍ରଖ୍ୟାତ ସମାଜ ସୁଧାରକ ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କର ଉଦାହରଣ ରୂପେ ନେଇଥିଲେ
ଏବଂ କହିଲେ ଯେ ବାବାସାହେବ ତାଙ୍କ ପୁସ୍ତକ Bhudha and Dharma ରେ ଅତି ସରଳ ଓ ସହଜ ଭାବେ ଏବିଷୟକୁ
ଉପସ୍ଥାପନ କରି ସମାଜ ନିକଟରେ ରଖିଛନ୍ତି । ଯାହାକୁ କି ଦୀନଦୟାଲ ଏକା ଭାବେ ନିଜ ପ୍ରଣୀତ ଦର୍ଶନରେ ଉପସ୍ଥାପନ କରିଛନ୍ତି ।
ବିଶ୍ୱର ଅନ୍ୟ ସମସ୍ତ ମତବାଦ ଭୋଗ ପ୍ରଧାନ ହୋଇଥିବାବେଳେ କେବଳ ଭାରତୀୟ ଦର୍ଶନ ଏ ପୃଥିବୀକୁ ଆବଶ୍ୟକ ଅନୁସାରେ ଏହାକୁ
ଦୋହନ କରିବାରେ ବିଶ୍ୱାସ କରେ । ଶୋଷଣ ଭାରତୀୟ ଦର୍ଶନର ମୂଳଭୂତ ବିଚାର ନୁହେଁ । ସେଥିପାଇଁ ପାଶ୍ଚାତ୍ୟ ଦର୍ଶନ ସାରା ବିଶ୍ୱ
ଗୋଟିଏ ‘ବଜାର’ କହୁଥିବାବେଳେ ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍‌’ ଦର୍ଶନରେ ବିଶ୍ୱାସ କରେ । ଅନ୍ୟ ସମସ୍ତ ବିଚାର ପ୍ରକୃତି
ସହିତ ଲଢିବା ଶୋଷଣ କରିବା ଉପରେ ବିଶ୍ୱାସ ରଖୁଥିବାବେଳେ ଭାରତୀୟ ଦର୍ଶନ ପ୍ରକୃତି ସହିତ ସମନ୍ୱୟର ବାର୍ତା ଦେଇଛି ।
ଦୀନଦୟାଲ ବିଚାର ହେଉଛି ବ୍ୟକ୍ତି, ସମଷ୍ଟି, ସମାଜ ଓ ପରମେଷ୍ଟୀ ସମସ୍ତେ ଅଙ୍ଗାଙ୍ଗୀ ଜଡିତ । ଧର୍ମ ଓ ରିଲିଜିଅନ୍ ଏକ ନୁହେଁ, ଧର୍ମ
ଅର୍ଥ ପ୍ରତ୍ୟେକ ବ୍ୟକ୍ତି ଯେଉଁ ଦାୟତ୍ୱରେ ରହିଛି ତାକୁ ପାଳନ କରିବା । ଯଥା ପୁତ୍ରଧର୍ମ, ପିତା ଧର୍ମ, ଓକିଲ ଧର୍ମ, କ୍ରେତା ଧର୍ମ, ବିକ୍ରେତା
ଧର୍ମ, ଏ ସମସ୍ତ ଧର୍ମର ଅଂଶ ବିଶେଷ ଅଟନ୍ତି । ପୂଜାପାଠ, ଦାନଧର୍ମ, ତିତିକ୍ଷା ଏସମସ୍ତ ଉପାସନାର ଏକ ଅଂଶ ବିଶେଷ ମାତ୍ର ।
ପ୍ରଗତୀର ମୂଳମନ୍ତ୍ର ସର୍ବସମାବେଶୀ ହେବା । ଏକୁଟିଆ ଜଣେ କିଭଳି ପ୍ରଗତିଶୀଳ ହୋଇପାରିବ ? ଆତ୍ମନିର୍ଭର ଭାରତକୁ ଏକାତ୍ମ ମାନବ
ଦର୍ଶନ ସହିତ ସମ୍ପର୍କୀତ ହେବା ଅର୍ଥ ଆମକୁ ନିଜେ ନିଜ ଭିତରେ ଆତ୍ମବିଶ୍ୱାସ ନେବାକୁ ପଡିବ କି ଆମେ ନିଜେ ସବୁ ସମସ୍ୟାର
ସମାଧାନ କରିବାର ସଂକଳ୍ପ ନେବା । ହୀନ ଭାବନାରୁ ଉପରକୁ ଉଠି ଆମେ କାହିଁକି ଏବିଷୟକୁ ନକରି ପାରିବା ଏଭଳି ସଂକଳ୍ପ ନେବା ।
ତେଣୁ ସେ ହୀନଭବନାରୁ ଉପରୁ ଉଠି ଆମେ ଏବେ ଆତ୍ମ ସଂକଳ୍ପ ନେଲୁ ପରବର୍ତି ସମୟରେ କୋଭିଡ୍ ପାଇଁ ଟିକା ପ୍ରସ୍ତୁତ କରିପାରିଛୁ
ବୋଲି ଶ୍ରୀ ଅଗ୍ନିହୋତ୍ରୀ ଏହି ଅବସରରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here