ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଯୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମରୁ ହାଇଦ୍ରାବାଦ ଚାଲାଣ ହେବାକୁ ଥିବା ୮ଜଣ ଶିଶୁଙ୍କ ସହ ୩୭ ଜଣ ଦାଦନଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୁଲିସ । ସେମାନେ ହେଲେ ଯୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମର ବିମଲା ଶବର(୩୦), ମଙ୍ଗିତା ବିଶ୍ୱାଳ(୧୭), ଚନ୍ଦ୍ରବାଲା ବିଶ୍ୱାଲ(୧୮), ରୂପଧର ବିଶ୍ୱାଳ(୬୦), ବିଛୁମତୀ ବିଶ୍ୱାଳ(୩୫), ହୃଦାନନ୍ଦ ଶବର(୩୦), ଝରଣା ବିଶ୍ୱାଳ(୨୪), ସନ୍ତୋଷ ପୋଡ଼(୩୦), ଜେମାଦେଈ ପୋଡ(୨୫), ତ୍ରିହରି ଶବର(୩୦), ତପସୀ ଶବର(୨୫), କ୍ଷୀରସାଗର ବିଶ୍ୱାଲ(୨୨), ଲଲିନ୍ଦ୍ର ବିଶ୍ୱାଲ(୧୯), ଯଶୋବନ୍ତୀ ବିଶ୍ୱାଳ(୪୫), ପ୍ରଦୀପ ଶବର(୨୨), ଚନ୍ଦ୍ରିକା ଶବର(୧୯), ବନିଥ୍ ଶବର(୫୪), ତେଜରାଜ ବିଶ୍ୱାଳ(୨୫), ଧୃବରାଜ ବିଶ୍ୱାଳ(୨୧), ସୁରେନ୍ଦ୍ର ଶବର(୨୦), ଗନ୍ଧର୍ବ ବିଶ୍ୱାଳ(୨୨), ତିଲୋତ୍ତମା ବିଶ୍ୱାଳ(୨୧), ପ୍ରମୋଦ ଶବର(୨୭), ମୋତିଲାଲ ବିଶ୍ୱାଳ(୨୪), ମହେଶ୍ୱର କମାର(୪୬), ଉର୍ବଶୀ ବିଶ୍ୱାଳ(୨୭), ଚନ୍ଦ୍ରକାନ୍ତି ବିଶ୍ୱାଳ(୪୬), ମିଶ୍ର କମାର(୪୦) ଓ ୮ ଜଣ ଶିଶୁ ।
ସେମାନଙ୍କୁ ଦୁଇ ବୋଲେରୋ ଓ ଏକ ଅଟୋରେ କଣ୍ଟାବାଞ୍ଜି ରେଳ ଷ୍ଟେସନ୍ ନିଆଯାଉଥିଲା । ବଙ୍ଗୋମୁଣ୍ଡା ପୁଲିସ ପାଟ୍ରୋଲିଂବେଳେ ସେମାନେ ପୁଲିସ ହାବୁଡ଼ରେ ପଡିଯାଇଥିଲେ । ମୁଣ୍ଡ ପିଛା ସମସ୍ତଙ୍କୁ ୩୦ରୁ ୩୬ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦିଆଯାଇଥିବା ଶ୍ରମିକମାନେ କହିଛନ୍ତି । ସମସ୍ତଙ୍କୁ ଉଦ୍ଧାର ପରେ ଗାଁରେ ଛାଡ଼ିଦିଆଯାଇଛି । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।