ନୂଆଦିଲ୍ଲୀ : ଦେଶରେ କୋରନା ମହାମାରୀର ଆତଙ୍କ ଏବେମଧ୍ୟ କମିନାହିଁ । ଶୀତ ଦିନରେ ଏହା ଅଧିକ ବୃଦ୍ଧି ହୋଇପାରେ ବୋଲି ଚିକିତ୍ସକ ମାନେ ମତ ଦେଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୪୩ ହଜାର ୮୨ ଜଣ କୋରନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୯ ହଜାର ୭୭୭କୁ ବୃଦ୍ଧି ପାଇଛି । ଏହା ସହ ୪୯୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ମୋଟ ୧ ଲକ୍ଷ ୩୫ହଜାର ୭୧୫ ରେ ପହଞ୍ଚିଛି ।