36.1 C
Bhubaneswar
Saturday, May 4, 2024
Homeଓଡିଶାକାଳିଆପାଣି ବାଲେଶ୍ୱର ଆଲଏଜ ଖଣିରେ ଶ୍ରମିକ ପାଉଣା ଦାବି କରି ଧାରଣା

କାଳିଆପାଣି ବାଲେଶ୍ୱର ଆଲଏଜ ଖଣିରେ ଶ୍ରମିକ ପାଉଣା ଦାବି କରି ଧାରଣା

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦାର ସୁକିନ୍ଦା ଖଣି ଉପତ୍ୟକା କାଳିଆପାଣି ଠାରେ ଥିବା ବାଲେଶ୍ଵର ଆଲଏଜ ଖଣିରେ ୭ ଦଫା ଦାବୀ ପୁରଣ ଦାବୀରେ ଖଣିର ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦିଆଯାଇଛି । ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ଦୀର୍ଘଦିନ ହେଲାଣି ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ତାଙ୍କର ବକେୟା ପାରିଶ୍ରମିକ ଦେୟ ପ୍ରଦାନ କରାଯାଉନାହଁ ଫଳରେ ଶ୍ରମିକମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିପାରୁନନ୍ତି । ଶ୍ରମିକମାନଙ୍କ ମନରେ ଅଶାନ୍ତି ଦେଖାଦେଇଛି । ଖଣି କତୃପକ୍ଷ ପକ୍ଷ ସେମାନଙ୍କ ପ୍ରାପ୍ୟ ଦେବା ପାଇଁ ସମୟ ଗଡେଇ ଚାଲିଛନ୍ତି ।
ଖଣି କର୍ତ୍ତୃପକ୍ଷ ଖାଲି ଆଶ୍ୱାସନା ଦେଇ ଚାଲିଛନ୍ତି ବହୁତ ଶିଘ୍ର ବକେୟା ପ୍ରାପ୍ୟ ମିଳିବ ବୋଲି କିନ୍ତୁ ଦିନ ପରେ ଦିନ ମାସ ପରେ ମାସ ବିତିଗଲାଣି ତଥାପି ଏବେ ଯାଏ କିଛି ମିଳି ନଥିବାରୁ ଶ୍ରମିକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking