ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ

ଯାଜପୁର : ସମ୍ପ୍ରତି ସମଗ୍ର ସମାଜରେ ଋତୁଚକ୍ରର ପରିବର୍ତ୍ତନସହ ପ୍ରକୃତିର କ୍ଷୟକାରିଣୀ ଶକ୍ତି ଜୀବଜଗତକୁ ପ୍ରଲୟର ତାଣ୍ଡବଲୀଳାରେ ମିଶାଇ ଦେବାକୁ ବସିଥିବାବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଦେଶରେ ବହୁ ପରିମାଣରେ ବୃକ୍ଷ ରୋପଣ ସହ ଏହାର ସଚେତନତାକୁ ଉପଲବ୍ଧି କରି ,ଯାଜପୁର ଜିଲ୍ଲାର ଅଗ୍ରଣୀ ସମାଜସେବୀ ସଙ୍ଗଠନ “ପରିବେଶ ସୁରକ୍ଷା ଅଭିଯାନ କମିଟି” ପକ୍ଷରୁ ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ସୁଜନପୁରସ୍ଥିତ ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା କରି ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ପରିବେଶ ସୁରକ୍ଷା ଅଭିଯାନ କମିଟିର ସଭାପତି ଅଧିବକ୍ତା ଅନନ୍ତ ଚରଣ ମାଝୀ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗଦାନ କରି ପ୍ରତ୍ୟେକ ମଣିଷ ଭିତରେ ଗୋଟିଏ ମାଆର ଭାବନେଇ ଅନ୍ୟୁନ ଦଶଟି ଗଛ ଲଗାଇ ତାକୁ ନିଜର ପୁଅଭଳି ଲାଳନ ପାଳନ କରି ବଢ଼ାଇ ପାରିଲେ ହୁଏତ ଆମେ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚିପାରିବା ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜସେବୀ ତଥା ପରିବେଶବିତ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ମହାକୁଡ଼ ଯୋଗଦାନ କରି ବିଶ୍ୱ ତାପାୟନ ଓ ଏହାର ସମାଜପ୍ରତି କୁ ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ରୁଦ୍ର ଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଭୂଷଣ ରାଉତ,ସମାଜସେବୀ କୈଳାସ ଚନ୍ଦ୍ର ବେହେରା ଆଦି ଯୋଗଦାନ କରି ପ୍ରକୃତି ଓ ପରିବେଶର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବେଶ ସୁରକ୍ଷା ଅଭିଯାନ କମିଟିର ସମ୍ପାଦକ ଅଧ୍ୟାପକ ଚିନ୍ମୟ ଦାଶ ଅତିଥି ପରିଚୟ, ସ୍ୱାଗତ ଭାଷଣ ଏବଂ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ସଭାପତି ଆଇନଜୀବୀ ଅନନ୍ତ ଚରଣ ମାଝୀଙ୍କ ରଚିତ ପୁସ୍ତକ”ଓଡ଼ିଶାରେ ମହାପ୍ରଳୟର ପଦଧ୍ୱନୀ”କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯିବା ସହ ବିଦ୍ୟାଳୟ ପରିସରରେ ବିଧାୟିକା ତଥା ଅନ୍ୟାନ୍ୟ ଅତିଥି ମାନଙ୍କଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା।ଶେଷରେ କମିଟିର କୋଷାଧ୍ୟକ୍ଷ ବର୍ଷିୟାନ ସମାଜସେବୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here