ମୟୂରଭଞ୍ଜ: ବୟସ ୮୦ ଟପିଲାଣି । ଏହି ୮୦ ବର୍ଷର ବୃଦ୍ଧ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ଭତ୍ତାଟିଏ ପାଇଁ ସ୍ତ୍ରୀ ଝିଅ ପଞ୍ଚାୟତରୁ ବ୍ଲକ୍ ଧାଇଁ ଧାଇଁ ବିଫଳ । ନାଁ ମିଳୁଛି ଆବାସ ଯୋଜନାରେ ଘରଟିଏ, ନାଁ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ।ତେବେ ଏଠି ପ୍ରଶ୍ନ ଉଠୁଛି ସତରେ କଣ ଏହି ବୃଦ୍ଧ ରାଧୁ ହାଁସଦା ସରକାରଙ୍କ ନଜରରେ ପ୍ରକୃତ ହିତାଧୀକାରୀ ନୁହନ୍ତି କି ? ନାଁ ଯାଣିଶୁଣି ଏମାନଙ୍କୁ ସରକାରଙ୍କ ଯୋଜନାରୁ ବାଦ୍ କରାଯାଇଛି ?
ଏ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଖାନୁଆ ଗ୍ରାମ ପଞ୍ଚାୟତର ଧାନଶୁଳା ଗ୍ରାମର । ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ପାଇବାର ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ମିଳୁନି ଧାନଶୁଳା ଗ୍ରାମର ରାଧୁ ହାଁସଦାଙ୍କୁ ବାର୍ଦ୍ଧକ୍ୟ ଭତ୍ତା । ବୟସ ହେଲାଣି ୮୦ ଆଉ ଚାରି ବର୍ଷ ହେବ ପକ୍ଷ୍ଯାଘାତ ରୋଗରେ ସଯ୍ଯାଶାଇ ରାଧୁ ହାଁସଦା । ଏହି ରାଧୁ ହାଁସଦା ଅତି ଗରିବ ଆଦିବାସୀ ପରିବାର ହୋଇଥିବାରୁ ଲୋକଙ୍କ ଘରେ କାମ କରିଲେ ଚୁଲିରେ ବସେ ଭାତ ହାଣ୍ଡି । ଆଉ ଏପଟେ ବୁଢା ବାପର ଚିକିତ୍ସା ପାଇଁ ଔଷଧ ଟିକିଏ ଦେବାପାଇଁ ଅର୍ଥ ସାଜିଛି ବାଧକ ବୋଲି ଦୁଃଖ ପ୍ରକାଶ କରିଛନ୍ତି ରାଧୁ ହାଁସଦା ଙ୍କର ସ୍ତ୍ରୀ ଓ ବିଧବା ଝିଅ ।
ଭତ୍ତାଟିଏ ପାଇବାପାଇଁ ପଞ୍ଚାୟତରୁ ବ୍ଲକ୍ ଆଉ ଜିଲ୍ଲାପାଳଙ୍କୁ ଅନେକ ଥର ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଏଯାଏଁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ପ୍ରଶାସନ ଅଧିକାରୀଙ୍କ ଅବହେଳା ପାଇଁ ଆଜି ବି ଶହେରୁ ଅନେଶୋତ ବୃଦ୍ଧ ଓ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ଯୋଜନାରୁ ବଞ୍ଚିତ । ତାର ଉଦାହରଣ ହେଉଛି ଏହି ଧାନଶୁଳା ଗ୍ରାମର ରାଧୁ ହାଁସଦା ଏବଂ ଦୁବାୟ୍ ସରେନ୍ । ଏହି ସଯ୍ଯାଶାଇ ୮୦ ବର୍ଷର ରାଧୁ ହାଁସଦାଙ୍କ ପାଇଁ ଭତ୍ତା ଓ ଘରଟିଏ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସେହି ଗ୍ରାମର ଜଣେ ଗ୍ରାମବାସୀ କ୍ରିଷ୍ଣା ବେସ୍ରା । ତେବେ କଣ ପାଇଁ ଏହି ରାଧୁ ହାଁସଦା ଏବଂ ଦୁବାୟ୍ ସରେନ୍ ଙ୍କୁ ଆଜିପର୍ଯ୍ଯନ୍ତ ଭତ୍ତା ମିଳୁନି ଆମେ ପଞ୍ଚାୟତର ପିଇଓ ଏବଂ ବଡସାହି ବ୍ଲକ୍ ର ବିଡିଓ ଙ୍କୁ ପଚାରିବାରୁ ଆମକୁ ଏବେ ତାଙ୍କର ଦରଖାସ୍ତ ଦିଅନ୍ତୁ ମୁଁ ଖୁବ୍ ଶୀଘ୍ର ରାଧୁ ହାଁସଦା ଏବଂ ଦୁବାୟ୍ ସରେନ୍ ଙ୍କର ଭତ୍ତା ଦେଖିବାକୁ ଚେଷ୍ଟା କରିବି ବୋଲି ବଡସାହି ବ୍ଲକ୍ ର ବିଡିଓ କରୁଣାକର ଧିନ୍ଦା ସୂଚନା ଦେଇଛନ୍ତି ।ତେବେ ଏହି ଗରିବ ଆଦିବାସୀ ଲୋକଙ୍କୁ ସେମାନଙ୍କୁ କେବେ ସେମାନଙ୍କର ମୌଳିକ ଅଧିକାର ମିଳିବ ତାହା ଦେଖିବାକୁ ବାକି ରହିଲା ।