କଟକ : କଟକ ସହରର ବିଭିନ୍ନ ପୂଜା କମିଟିକୁ ନେଇ ପୋଲିସ୍ କମିଶନରଙ୍କ ବୈଠକ ଅନୁଷ୍ଠିତ । କରୋନ ସଂକ୍ରମଣକୁ କିପରି ରୋକାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି । ଦୋକାନରେ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ବଜାର କମିଟି ସ୍ୱେଚ୍ଛାସେବୀ ରଖି ସାମାଜିକ ଦୂରତା ରକ୍ଷା କରିପାରିବେ । ଆବଶ୍ୟକ ପଡିଲେ ପୋଲିସ୍ ସହାୟତା ଯୋଗାଇ ଦିଆଯିବ ବୋଲି କମିଶନର କହିଛନ୍ତି ।
ଦରକାର ହେଲେ ଦୋକାନ ଆଗରେ ବ୍ୟାରିକେଡ୍ ଲଗାଇବାକୁ ଆଲୋଚନା କରାଯାଇଛି । ସଂନ୍ଧ୍ୟା ୬ଟା ସୁଦ୍ଧା ଦୋକାନ ବନ୍ଦ ଲାଗି ବିଭିନ୍ନ କମିଟି ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । କମିଟି ପ୍ରସ୍ତାବକୁ ସିଏମସି ଓ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି । ବୈଠକ ଶେଷରେ ପୋଲିସ୍ କମିଶନର ସୁଧାଂଶୁ ଷଢଙ୍ଗୀ ଏ ନେଇ ସୂଚନା ଦେଇଛନ୍ତି ।